www.samajalive.in
Monday, December 8, 2025
27.1 C
Bhubaneswar

ବେଦାନ୍ତର ଆଲୁମିନିୟମ ଉତ୍ପାଦକୁ ବିଆଇଏସ ପ୍ରମାଣପତ୍ର

ଝାରସୁଗୁଡ଼ା : ବେଦାନ୍ତ ଆଲୁମିନିୟମର ଉତ୍ପାଦ ଏବେ ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାର୍ଡ ପ୍ରମାଣପତ୍ର ଲାଭ କରିଛି । ବିଶ୍ୱ ଗୁଣବତ୍ତା ଦିବସରେ ଭାରତର ସର୍ବ ବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଏହା ଘୋଷଣା କରିଛି । ଏଥି ସହିତ ଭାରତୀୟ ଆଲୁମିନିୟମ ଉଦ୍ୟୋଗରେ ଏହା ହେଉଛି ପ୍ରଥମ ଯାହାକି ବିଆଇଏସ ପ୍ରମାଣ ପତ୍ର ପାଇବାକୁ ଯୋଗ୍ୟ ବିବେଚିତ ହୋଇପାରିଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ପ୍ରମାଣପତ୍ର ପାଇଥିବା ଉତ୍ପାଦ ଗୁଡ଼ିକ ହେଉଛି ଓୟାର ରଡ, ପ୍ରାଇମେରୀ ଇନଗଟ, ଆଲଏ ଇନଗଟ ଓ କାଷ୍ଟ ବାର ଏସବୁ ବେଦାନ୍ତ ଆଲୁମିନିୟମର ଝାରସୁଗୁଡ଼ା ପ୍ଲାଣ୍ଟରୁ ଉତ୍ପାଦିତ ହୋଇଥାଏ । ସେହିପରି ଛତିଶଗଡ଼ ସ୍ଥିତ ବାଲକୋରୁ ଉତ୍ପାଦିତ ହେଉଥିବା ସିଟ, ପ୍ଲେଟ କଣ୍ଡକ୍ଟର ଓ ପ୍ଲେଟ ଜେନେରାଲ ଇଂଜିନିୟରିଂ, ଓୟାର ରଡ଼, ଆଲଏ ଇନଗଟ ଓ ପ୍ରାଇମେରି ଇନଗଟକୁ ମିଶାଇ ମୋଟ ୧୫ଟି ଉତ୍ପାଦ ପ୍ରମାଣପତ୍ର ହାସଲ କରିଛି । ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାର୍ଡ଼ ଔଦ୍ୟୋଗିକ କ୍ଷେତ୍ରରେ ଗୁଣବତା ମାନକ ନିର୍ଦ୍ଧାରଣ କରିଥାଏ । ଉତ୍ପାଦିତ ଦ୍ରବ୍ୟ ଉପରେ ଗୁଣବତାର ଏକ ଲୋଭନୀୟ ଷ୍ଟାମ୍ପ ବିଏସ ଷ୍ଟାଣ୍ଡାର୍ଡ ମାର୍କ ପ୍ରଦାନ ପୂର୍ବରୁ କଠୋର ମୂଲ୍ୟାଙ୍କନ ପ୍ରଣାଳୀକୁ ନିୟୋଜିତ କରିଥାଏ । ବେଦାନ୍ତ ଆଲୁମିନିୟମ ଉତ୍ପାଦ ଗୁଡ଼ିକ ଲଣ୍ଡନ ମେଟାଲ ଏକ୍ସଚେଞ୍ଜ ସହିତ ପଞ୍ଜିକୃତ ହୋଇଛି, ସେମାନଙ୍କ ଆନ୍ତର୍ଜାତୀୟ ଗୁଣାତ୍ମକ ମାନର ଏହା ଏକ ନିଶ୍ଚିତ ପ୍ରମାଣ। ଭାରତୀୟ ଗ୍ରାହକଙ୍କ ଆତ୍ମବିଶ୍ୱାସକୁ ଆହୁରି ବଡାଇବା ଲାଗି କମ୍ପାନୀ ବର୍ତମାନ ଏହି ସାମଗ୍ରୀକୁ ବିତରଣ କରିବ ବୋଲି କୁହାଯାଇଛି ।  ଗୁଣବତ୍ତା ଉତ୍କର୍ଷତା ଉପରେ ମତ ଦେଇ ବେଦାନ୍ତ ଆଲୁମିିନୟମ ବ୍ୟବସାୟ ସିଇଓ ରାହୁଲ ଶର୍ମା କହିଛନ୍ତି ଯେ ସ୍ୱଛ ଶକ୍ତି ସମାଧାନ, ବୈଦ୍ୟୁତିକ ଗତିଶୀଳତା, ସବୁଜ ଅଟ୍ଟାଳିକା ଓ ଉଚ୍ଚସ୍ତରୀୟ ଜ୍ଞାନକୌଶଳକୁ ନେଇ ଆଲୁମିନିୟମ ଭବିଷ୍ୟତରେ ସ୍ୱଳ୍ପ କାର୍ବନ ଯୁକ୍ତ ହେବ । ଏକ ବିଶ୍ୱ ସ୍ତରୀୟ ଉତ୍ପାଦକ ହେବା ପାଇଁ ଆମର ଉତ୍ପାଦ ଗୁଡ଼ିକ ପାଇଁ ବିଆଇଏସ ପ୍ରମାଣ ଏହାର ନିଦର୍ଶନ । ଆମେ ହେଉଛୁ ଦେଶର ଉତ୍ପାଦନ କ୍ଷମତାର ଗର୍ବିତ ପତାକା ଉତୋଳନକାରୀ । ପ୍ରମାଣପତ୍ର ଉପରେ ବିଆଇଏସ ମୁଖ୍ୟ ଜଗନ୍ନାଥ ମାଝି ମତ ଦେଇ କହିଛନ୍ତି ଯେ ବେଦାନ୍ତ ଆଲୁମିନିୟମ ବିଆଇଏସ ଦ୍ୱାରା ପ୍ରତିଷ୍ଠିତ ବିସ୍ତୃତ ମାନଦଣ୍ଡ ମାଧ୍ୟମରେ ଏହାର ଉତ୍ପାଦକୁ ପ୍ରମାଣିତ କରିବା ଲାଗି ସ୍ୱେଛାକୃତ ଭାବେ ଆଗକୁ ଆସି ଅପାର ସକ୍ରିୟତା ପ୍ରଦର୍ଶନ କରିଛି । ଗୁଣାତ୍ମକତା ପାଇଁ ବେଦାନ୍ତ ପ୍ରଶଂସା ପାଇବାକୁ ଯୋଗ୍ୟ । ମୁଁ ନିଶ୍ଚିତ ଯେ ଗ୍ରାହକଙ୍କ ପାଇଁ ଏହା ଏକ ଖୁସି ଖବର ହେବ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories