www.samajalive.in
Tuesday, December 9, 2025
17.1 C
Bhubaneswar

ଦୀପାବଳୀ ଉପହାରରେ ୬୦୦ କାର

ସୁରାଟ: କର୍ମଚାରୀଙ୍କୁ ଦାମୀ ଉପହାର ପ୍ରଦାନ ପାଇଁ ଜଣାଶୁଣା ପ୍ରସିଦ୍ଧ ହୀରା ବ୍ୟବସାୟୀ ସାବଜୀ ଢୋଲକିଆ ଦୀପାବଳୀରେ ତାଙ୍କ କର୍ମଚାରୀଙ୍କୁ ଚଳିତ ବର୍ଷ ୬୦୦ କାର ଦେଇଛନ୍ତି। ଢୋଲକିଆଙ୍କ ମାଲିକାନାରେ ଥିବା ହରେକ୍ରିଷ୍ଣା ଏକ୍ସପୋର୍ଟ ଲିମିଟେଡ୍‍ ନାମକ କମ୍ପାନୀ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାରି ଜଣ କର୍ମଚାରୀଙ୍କୁ କାର ଚାବି ହସ୍ତାନ୍ତର କରିଛନ୍ତି। ଉପହାର ପାଇଥିବା କର୍ମଚାରୀଙ୍କ ମଧ୍ୟରେ ଦିବ୍ୟାଙ୍ଗ ମହିଳା କର୍ମଚାରୀ ଅଛନ୍ତି। ଉପହାରରେ ରେନଲ୍ଟ କ୍ୱିଡ୍‍ ଓ ମାରୁତି ସୁଜୁକି ସେଲେରିଆ କାର ମିଳିଛି। ଏହି ଦୁଇ କାରର ବଜାର ଦର ଯଥାକ୍ରମେ ୪.୪ ଲକ୍ଷ ଓ ୫.୩୮ ଲକ୍ଷ ଟଙ୍କା ରହିଛି।
ଇତିମଧ୍ୟରେ କମ୍ପାନୀରେ କାମ କରୁଥିବା ୧୭୦୦ କର୍ମଚାରୀ ଓ ଇଞ୍ଜିନିୟର କାର ଉପହାର ପାଇଛନ୍ତି। ସେହିଭଳି କମ୍ପାନୀରେ ୫,୫୦୦ କର୍ମଚାରୀ ଓ ଇଞ୍ଜିନିୟର କାମ କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ୪,୦୦୦ କର୍ମଚାରୀ ଏଭଳି ଦାମୀ ଉପହାର ପାଇସାରିଛନ୍ତି।
୨୦୧୬ରେ ଢୋଲକିଆ ତାଙ୍କ କର୍ମଚାରୀଙ୍କ ପାଇଁ ୪୦୦ ଫ୍ଲାଟ୍‍ ଓ ୧୨୬୦ଟି କାର ଉପହାର ଦେଇଥିବା ବେଳେ ୨୦୧୫ରେ ୪୯୧ଟି କାର ଓ ୨୦୦ ଫ୍ଲାଟ୍‍ ଉପହାର ଦେଇଥିଲେ। ଗତ ବର୍ଷ ଉପହାର ପରମ୍ପରା ବନ୍ଦ ରହିଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories