www.samajalive.in
Monday, December 8, 2025
27.1 C
Bhubaneswar

ଆଲୋକ ବର୍ମାଙ୍କୁ ମୁଖ୍ୟ ପଦରୁ ହଟାଯାଇନି: ସିିବିଆଇ

ନୂଆଦିଲ୍ଲୀ: ଆଲୋକ ବର୍ମା ହିଁ ସିବିଆଇର ମୁଖ୍ୟ। ତାଙ୍କୁ ସେହି ପଦରୁ ହଟାଯାଇନାହିଁ। ସେହିପରି ରାକେଶ ଆସ୍ଥାନା ମଧ୍ୟ ସ୍ୱତନ୍ତ୍ର ନିର୍ଦେଶକ ପଦରେ ଅଛନ୍ତି। ସିବିଆଇ ପକ୍ଷରୁ ଗୁରୁବାର ଏ ସମ୍ପର୍କରେ ସ୍ପଷ୍ଟୀକରଣ ଦିଆଯାଇଛି। ଦେଶର ସର୍ବାଧିକ ବିଶ୍ୱସନୀୟ ଓ ଭରସାଯୋଗ୍ୟ ତଦନ୍ତକାରୀ ସଂସ୍ଥାର ଦୁଇ ମୁଖ୍ୟଙ୍କୁ ବାଧ୍ୟତାମୂଳକ ଛୁଟିରେ ଯିବା ପାଇଁ କେନ୍ଦ୍ର ସରକାର ନିର୍ଦେଶ ଦେଇଛନ୍ତି। ସରକାରଙ୍କ ଏହି ନିର୍ଦେଶକୁ ଚ୍ୟାଲେଞ୍ଜ କରି ଆଲୋକ ବର୍ମା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଶୁକ୍ରବାର ଏହି ଆବେଦନ ଉପରେ ଶୁଣାଣି ହେବ। ମାମଲାର ଶୁଣାଣିର ଦିନକ ପୂର୍ବରୁ ସିବିଆଇ ପକ୍ଷରୁ ଉପରୋକ୍ତ ସ୍ପଷ୍ଟୀକରଣ ଦିଆଯାଇଛି।
ସିବିଆଇର ମୁଖ୍ୟ ଓ ଉପମୁଖ୍ୟ ପରସ୍ପର ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିବା ପରେ ସିବିଆଇର ବିଶ୍ୱସନୀୟତା ସନ୍ଦେହ ଘେରକୁ ଆସିଯାଇଥିଲା। ସିବିଆଇର ବିଶ୍ୱସନୀୟତା ବଜାୟ ରଖିବା ପାଇଁ କେନ୍ଦ୍ର ସରକାରଙ୍କ ତ୍ୱରିତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଦୁଇ ମୁଖ୍ୟଙ୍କୁ ରାତି ଅଧିଆ ଛୁଟିରେ ଯିବାକୁ କୁହାଯାଇଥିଲା। ମଙ୍ଗଳବାର ରାତି ୧.୪୫ରେ ଏମ୍‍ ନାଗେଶ୍ୱର ରାଓଙ୍କୁ ସାମୟିକ ସିବିଆଇ ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଛି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories