www.samajalive.in
Monday, December 8, 2025
27.1 C
Bhubaneswar

ବାର୍‌ହା ଫାଶରେ ପଡ଼ି ବ୍ୟକ୍ତିଙ୍କ ମୃତ୍ୟୁ

ଦେବଗଡ଼: ବାର୍‌ହା ଫାଶ ନେଲା ମଣିଷ ଜୀବନ । ବାର୍‌ହା ପାଇଁ ବସାଯାଇଥିବା ଫାଶରେ ପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ରିଆମାଳ ଥାନା ନିଶାବୀରା ଗାଁରେ ଏପରି ଏକ ଅଭାବନୀୟ ଘଟଣା ଘଟିଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । ମୃତ ବ୍ୟକ୍ତି ଜଣକଙ୍କ ପରିଚୟ ଜଣାପଡ଼ି ନାହିଁ । ତେବେ ବ୍ୟକ୍ତି ଜଣକ ସେହି ଅଞ୍ଚଳର ହୋଇଥିବା ଅନୁମାନ କରାଯାଉଛି । ପୁଲିସ ଏନେଇ ତଦନ୍ତ କରୁଥିବା ବେଳେ ବାର୍‌ହା ଶିକାର ପାଇଁ ଗାଁର କିଛି ଲୋକ ଫାଶ ବସାଇଥିବା ସନ୍ଦେହ କରାଯାଉଛି । କିଏ ଫାଶ ବସାଇଲା ଓ ଏହା ଫଛରେ କେତେଜଣଙ୍କ ସମ୍ପୃକ୍ତି ରହିଛି ସେନେଇ ପୁଲିସ ତନାଘାନା କରୁଛି । ଫାଶଟି ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଥିବାରୁ ବ୍ୟକ୍ତିଙ୍କ ଜୀବନ ଯାଇଥିବା ପୁଲିସ ସ୍ପଷ୍ଟ କରିଛି ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories