www.samajalive.in
Monday, December 8, 2025
17.1 C
Bhubaneswar

‘ଓଡିଶା ହସ୍ତଶିଳ୍ପ ସଂଗ୍ରହାଳୟ -କଳାଭୂମି’ରେ କାରିଗର ଓ ବୁଣାକାରଙ୍କ ପାଇଁ ପ୍ରବେଶ ଶୁଳ୍କ ଛାଡ଼

ଭୁବନେଶ୍ୱର: ଓଡିଶାର ହସ୍ତଶିଳ୍ପ ଓ ହସ୍ତତନ୍ତ ଐତିହ୍ୟକୁ ସାଇତି ରଖିବା ତଥା ଏହାର ଅଧିକ ପ୍ରସାର କରିବା ଲକ୍ଷ୍ୟରେ ଓଡିଶା ସରକାର ଭୁବନେଶ୍ୱରର ଶିଳ୍ପୀ ବିହାର, ପୋଖରୀପୁଟଠାରେ ‘ଓଡିଶା ହସ୍ତଶିଳ୍ପ ସଂଗ୍ରହାଳୟ -କଳାଭୂମି’ ସ୍ଥାପନ କରିଛନ୍ତି। ଓଡିଶା ହସ୍ତଶିଳ୍ପ ଓ ହସ୍ତତନ୍ତ ଐତିହ୍ୟ ସବୁକୁ ଉଜ୍ଜୀବିତ କରିବା ଲକ୍ଷ୍ୟରେ ଏବଂ ଏହି କ୍ଷେତ୍ରରେ ଗବେଷଣାକୁ ପ୍ରୋତ୍ସାହନ ଦେବା ଓ ତତ୍‌ସମ୍ବନ୍ଧୀୟ ଗବେଷଣାଲବ୍ଧ ଜ୍ଞାନକୁ ଲିପିବଦ୍ଧ କରି ଦେଶ ଓ ବିଦେଶର ପରିଦର୍ଶକମାନଙ୍କୁ ନିଜ କଳାକୃତି ପ୍ରତି ଆକୃଷ୍ଟ କରିବା ଏହାର ମୂଳ ଲକ୍ଷ୍ୟ ।

ବର୍ତ୍ତମାନ ଓଡିଶାର କାରିଗର, ବୁଣାକାର, ରାଜ୍ୟ ଓ ଜାତୀୟ ପୁରସ୍କାରପ୍ରାପ୍ତ ତଥା ପଦ୍ମ ପୁରସ୍କାରପ୍ରାପ୍ତ କାରିଗର ଓ ବୁଣାକାରମାନଙ୍କ ପାଇଁ ଓଡିଶା ସରକାର ଏକ ବିଶେଷ ଘୋଷଣା କରିଛନ୍ତି। ସେମାନଙ୍କ ପାଇଁ କଳାଭୂମିରେ ପ୍ରବେଶ ଶୁଳ୍କ ଛାଡ଼ କରାଯାଇଛି।

- Advertisement -

ଏହି ଅବସରରେ ଓଡ଼ିଶାର କାରିଗର ଓ ବୁଣାକାରମାନଙ୍କୁ ଅନୁରୋଧ କରାଯାଉ ଅଛିକି ସେମାନେ ନିଜର ପରିଚୟ ପତ୍ର ଦେଖାଇ ଏହି ସଂଗ୍ରହାଳୟ ପରିଦର୍ଶନ କରିପାରିବେ। ରାଜ୍ୟ ସରକାରଙ୍କର ଏହି ପଦକ୍ଷେପ ଓଡିଶାର କାରିଗର ଓ ବୁଣାକାରମାନଙ୍କର କଳାତ୍ମକ ଏବଂ ଗବେଷଣାତ୍ମକ ମନୋବୃତ୍ତିକୁ ପ୍ରୋତ୍ସାହନ କରିବା ସହ ସେମାନଙ୍କ ଦକ୍ଷତା ବୃଦ୍ଧିରେ ସହାୟକ ହେବ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories