www.samajalive.in
Tuesday, December 9, 2025
17.1 C
Bhubaneswar

କାର୍ତ୍ତିକ ମାସ ଶେଷ ସୋମବାର ; ଦେବଗିର ପଞ୍ଚ ମୁଖେଶ୍ୱର ଶୈବ ପୀଠ ରେ ଶ୍ରଦ୍ଧାଳୁଙ୍କ ଭିଡ଼

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମା ଠାରୁ ପ୍ରାୟ ୨ କିଲୋମିଟର ଦୂରରେ ଥିବା ହାତୀ ଆକୃତି ସଦୃଶ୍ୟ ଦୁଇଟି ପାହାଡ଼ର ମଧ୍ୟ ଭାଗରେ ଏକ ଗୁମ୍ଫା ଭିତରେ ପୂଜା ପାଉଥିବା ପଞ୍ଚ ମୁଖେଶ୍ୱର ସ୍ପଟିକ ଲିଙ୍ଗ ଅବସ୍ଥିତ ହୋଇ ରହିଛି।  ଜିଲ୍ଲା ତଥା ରାଜ୍ୟର ପ୍ରସିଦ୍ଧ ଶୈବ ପୀଠ ମାନଙ୍କରେ ଏହା ହେଉଛି ଏକ ଅନ୍ୟତମ ଶୈବ ପୀଠ। ଦୀର୍ଘ ଦୁଇ ବର୍ଷ ହେବ କୋଭିଡ କଟକଣା ଯୋଗୁଁ ଭକ୍ତ ମାନେ ଆସିପାରୁ ନଥିଲେ,ପାହାଡ଼ ପୁରା ଫିକା ପଡି ରହିଥିଲା । କୋଭିଡ କଟକଣା ଧୀରେ ଧୀରେ ସ୍ଥିର ହେବା ପରେ ଏହି ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବାର ଲାଗିଲା, ଶ୍ରଦ୍ଧାଳୁ ମାନଙ୍କ ମନରେ ଏକ ଉତ୍ସ।ହର ମହଲ ସୃଷ୍ଟି ହୋଇଛି ।
ଆଜି ହେଉଛି ପବିତ୍ର କାର୍ତ୍ତିକ ମାସ ଶେଷ ସୋମବାର ।  ନିଜର ମନସ୍କାମନା ପୁରଣ କରିବା ପାଇଁ ଜିଲ୍ଲା ଏବଂ ରାଜ୍ୟର ଅନେକ ଅଞ୍ଚଳର ଦୂର ଦୂର ଦୂରାନ୍ତର ହଜାର ହଜାର ଶ୍ରଦ୍ଧାଳୁ ଓ ଆନ୍ଧ୍ର ପ୍ରଦେଶ, ଛତିଶଗଡ,ପଶ୍ଚିମବଙ୍ଗରୁ ପର୍ୟ୍ୟଟକ ମାନେ ମହାଦେବଙ୍କ ଦର୍ଶନ କରିବା ପାଇଁ ଭିଡ଼ ଜମି ଥାଏ ।  ମହାଦେବଙ୍କ ଉପାସନା ନିମନ୍ତେ ପାହାଡ଼ ଉପରେ ଭୋଜି ଭାତ କରି ଆନନ୍ଦ ନିୟନ୍ତି । ଭକ୍ତ ମାନେ ପାହାଡ଼ର ୫୪୫ଟି ପାହାଚ ଅତିକ୍ରମ କରି ପଞ୍ଚ ମୁଖେଶ୍ୱର ସ୍ପଟିକ ଲିଙ୍ଗ ଦର୍ଶନ କରିଥାନ୍ତି ।  ଏହି ପାହାଡ଼ର ଉପର ଭାଗରେ ଛୋଟ ବଡ଼ ହୋଇ ଗୋଟିଏ ଉଣା କୋଟିଏ ଜଳ କୁଣ୍ଡ ରହିଛି ଏଥି ମଧ୍ୟରୁ ବୋହୁ ପୁରାତନ କାଳରୁ ଲୋକମାନଙ୍କର ବିଶ୍ୱାସ ଅନୁଯାଇ ଧୋବା,ଧୁବୁଣି ଏବଂ ଗଙ୍ଗା,ଯମୁନା କୁଣ୍ଡ ଅନ୍ୟତମ ଅଟେ, ପୂର୍ବ ପୁରୁଷ କହିବା ଅନୁଯାଇ ଗଙ୍ଗା ଯମୁନା ପାଣି କୁଣ୍ଡରେ ସ୍ନାନ କଲେ ମନସ୍କାମନା ପୁରୁଣ ହୁଏ ବୋଲି ଲୋକମାନଙ୍କର ମନରେ ଗୋଟିଏ ବିଶ୍ୱାସ ଅଛି ।  ଏହାର ସୁବିଧା ସୁଯୋଗ କରିବା ପାଇଁ  ପ୍ରଶାସନ ଏହି ପୀଠ ଉପରେ ଦୃଷ୍ଟି ଦେଲେ ଓଡିଶା ମାନ ଚିତ୍ରରେ ଏକ ଆକର୍ଷଣୀୟ ଶୈବ ପୀଠ ହୋଇ   ହୋଇପାରିବ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories