www.samajalive.in
Monday, December 8, 2025
27.1 C
Bhubaneswar

ସାମସଙ୍ଗ୍‍ ଗାଲାକ୍ସି ଟ୍ୟାବ୍‍ ଏସ୍‍ ୪

ଭୁବନେଶ୍ୱର : ସାମସଙ୍ଗ ପକ୍ଷରୁ ଗାଲାକ୍ସି ଟ୍ୟାବ୍‍ ଏସ୍ ୪ ଉନ୍ମୋଚନ ବିଷୟରେ ଘୋଷଣା କରାଯାଇଛି। ଏହା ହେଉଛି ଏକ ୨ ଇନ୍‍ ୧ ଟାବ୍‍ଲେଟ୍‍ ଯେଉଁଥିରେ ସାମସଙ୍ଗ ଡେକ୍ସ ଓ ଏସ୍‍ ପେନ୍‍ ରହିଛି ଯାହା ଏହାକୁ ଯେକୌଣସି ସ୍ଥାନରେ ଯେକୌଣସି ସମୟରେ ଦରକାର କରୁଥିବା ଲୋକଙ୍କ ପାଇଁ ଉପଯୁକ୍ତ ଟାବଲେଟ୍‍ରେ ପରିଣତ କରିପାରିଛି। ନୂଆ ଏସ୍‍ ପେନ୍‍ ଓ ସାମସଙ୍ଗ୍‍ ଡେକ୍ସ ସହ ଆସିଥିବା ଗାଲାକ୍ସି ଟ୍ୟାବ୍‍ ଏସ୍‍ ୪ ରେ ଶୀଘ୍ର ଓ ସ୍ମାର୍ଟ ଭାବେ କାମ କରିହେବ। ଏହାର ଡିଜାଇନ୍‍ ବେଶ ଆଧୁନିକ ହୋଇଥିବାବେଳେ ଡିସ୍‍ପ୍ଲେ ଆକର୍ଷଣୀୟ ହୋଇଛି ଓ ଏଥିରେ ୪ଟି ସ୍ପିକର୍‍ ଓ ଉନ୍ନତ ମାନର ମନୋରଞ୍ଜନ ବୈଶିଷ୍ଟ୍ୟ ରହିଛି। ସାମସଙ୍ଗ୍‍ ଡେକ୍ସ ଓ ଏସ୍‍ ପେନ୍‍ ସହିତ ଗାଲାକ୍ସି ଟ୍ୟାବ୍‍ ଏସ୍‍ ୪କୁ ସେହିମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଛି ଯେଉଁମାନେ ଟାବ୍‍ଲେଟ୍‍ ଭଳି ପୋର୍ଟେବଲ୍‍ ଉପକରଣରେ ପିସି ଭଳି ଦକ୍ଷତା ଚାହୁଁଛନ୍ତି। ଗାଲାକ୍ସି ଟ୍ୟାବ୍‍ ଏସ୍‍ ୪ ଜରିଆରେ ଆମେ ଆମର ଗ୍ରାହକମାନଙ୍କୁ ସେମାନଙ୍କ ସୁପର କାମ ଆବଶ୍ୟକତା ପାଇଁ ଶ୍ରେଷ୍ଠ ଉତ୍ପାଦକତା ଓ  ମନୋରଞ୍ଜନର ଉପଯୁକ୍ତ ମିଶ୍ରଣ ପ୍ରଦାନ କରୁଥିବା ସାମସଙ୍ଗ୍‍ ଇଣ୍ଡିଆର ମହାପ୍ରବନ୍ଧକ ମୋବାଇଲ୍‍ ବ୍ୟବସାୟ ଆଦିତ୍ୟ ବବର କହିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories