www.samajalive.in
Monday, December 8, 2025
20.1 C
Bhubaneswar

୬ ରାଜ୍ୟର ୭ ବିଧାନସଭା ଆସନ ; ବିଜେପି ୩ ରେ ବିଜୟୀ ୧ ରେ ଆଗୁଆ

ଡେସ୍କ : ଓଡ଼ିଶାର ଧାମନଗର ସମେତ ୬ଟି ରାଜ୍ୟର ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ଉପ ନିର୍ବାଚନରେ ବିଜେପି ୩ଟି ଆସନରେ ବିଜୟ ଲାଭ କରିଛି। ଏଥି ସହ ସହ ଗୋଟିଏ ଆସନରେ ଆଗୁଆ ରହିଛି।

ଉତ୍ତରପ୍ରଦେଶର ଗୋଲା ଗୋକରନାଥ ଆସନରେ ବିଜେପିର ଅମନ ଗିରି ବିଜୟୀ ହୋଇଛନ୍ତି । ହରିୟାଣାର ଆଦମପୁର ଆସନରେ ବିଜେପିର ଭବ୍ୟ ବିଷ୍ଣୋଇ ମଧ୍ୟ ବିଜୟୀ ହୋଇଛନ୍ତି । ବିହାରର ଗୋପାଳଗଞ୍ଜ ଆସନରୁ ବିଜେପିର କୁସୁମ ଦେବୀ ମଧ୍ୟ ବିଜୟୀ ହୋଇଛନ୍ତି।

- Advertisement -

ଧାମନଗର ଆସନରେ ବିଜେପି ପ୍ରାର୍ଥୀ  ସୂର୍ଯ୍ୟବଂଶୀ ସୂରଜ  ଆଗୁଆ ରହିଛନ୍ତି । ୧୫ ରାଉଣ୍ଡ ଭୋଟ୍‍ ଗଣତି ଶେଷ ସୁଦ୍ଧା ସେ ୭୬୬୩ ଭୋଟରେ ଆଗୁଆ ଥିବା ଜଣାପଡ଼ିଛି। ବିହାରର ମୋକାମା ଆସନରୁ ଆରଜେଡିର ନୀଲମ ଦେବୀ  ବିଜୟୀ ହୋଇଛନ୍ତି । ମହାରାଷ୍ଟ୍ରର ଅନ୍ଧେରୀ ଇଷ୍ଟ ଆସନରେ ଉଦ୍ଧବ ବାଲାସାହେବ ଠାକରେ ଶିବସେନା ଗୋଷ୍ଠୀର ଶ୍ରତୁଜା ଲଟକେ ବିଜୟୀ ହୋଇଛନ୍ତି । ସେହିପରି  ତେଲଙ୍ଗାନାର ମୁନୁଗୋଡ଼ରେ ଟିଆର୍‍ଏସ୍‍ ପ୍ରାର୍ଥୀ ଆଗୁଆ ରହିଛନ୍ତି। ଏଠାରେ ବିଜେପି ଓ ଟିଆର୍‍ଏସ୍‍ ପ୍ରାର୍ଥୀଙ୍କ ମଧ୍ୟରେ କଡା ମୁକାବିଲା ହେଉଛି।
ଏହି ସବୁ ବିଧାନସଭା ଆସନରେ ଉପ ନିର୍ବାଚନ ପାଇଁ ଗତ ତିନି ତାରିଖ ଦିନ ମତଦାନ ହୋଇଥିଲା ।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories