ଜି ଉଦୟଗିରି : ଜି ଉଦୟଗିରି ବ୍ଲକ ଅନ୍ତର୍ଗତ ଗ୍ରେସିଙ୍ଗୀଆ ଗ୍ରାମ ପଞ୍ଚାୟତ ସ୍ଥିତ ଅରସ୍ମିନି ଉଚ୍ଚ ବିଦ୍ୟାଳୟ ପରିସରରେ ତାଲୁକା ସ୍ତରୀୟ ଆଇନ ସେବା କମିଟିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ପତିତପାବନ ପଣ୍ଡା ଯୋଗ ଦେଇ ଜନସାଧରଣ ନିଜ ଅଧିକାର ସଂପର୍କରେ ଅବଗତ ହେଲେ ସରକାରଙ୍କ ତାଲୁକା ଆଇନ ସେବା ସହାୟତା ନେଇ ପାରିବେ ବୋଲି କହିଥିଲେ। ଆହୁରି ମଧ୍ୟ କହିଥିଲେ ଯେ ଜନସାଧରଣ ଯେ କୌଣସି ସରକାରୀ କାର୍ଯ୍ୟାଳୟରେ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେଲେ ତାଲୁକା ଆଇନ ସେବାର ସୁବିଧା ଉପଲବ୍ଧ କରି ପାରିଲେ ଆୟୋଜିତ କାର୍ୟ୍ୟକ୍ରମର ଉଦ୍ଦେଶ୍ୟ ସାଧିତ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମହମ୍ମଦ ଜାମିଲ ଆଇନଜୀବି ରମେଶ ଚନ୍ଦ୍ର ବେହେରା ଓ ସାମ୍ବାଦିକ ରାମକୃଷ୍ଣ ଚୌଧୁରୀ ମଞ୍ଚାଷୀନ ଥିଲେ।କାର୍ୟ୍ୟକ୍ରମକୁ ତାଲୁକା ଆଇନ ସେବା କିରାଣୀ ଅବିନାଶ ଆଚାର୍ୟ୍ୟ ପରିଚାଳନା କରିଥିଲେ।
ନିଜ ଅଧିକାର ସଂପର୍କରେ ଜାଣିଲେ ସରକାରି ସୁବିଧା ପାଇବାରୁ ଜନସାଧାରଣ ବଞ୍ଚିତ ହେବନାହିଁ : ବିଚାରପତି
Popular Categories



