www.samajalive.in
Monday, December 8, 2025
27.1 C
Bhubaneswar

କ୍ରସର ବନ୍ଦ ଦାବୀ; ଦ୍ୱିତୀୟ ଦିନରେ ଗଣଧାରଣା

ହରଭଙ୍ଗା: ହରଭଙ୍ଗା ତହସିଲ ଅର୍ନ୍ତଗତ ଖରଭୁଇଁଠାରେ ପଥର କୁଆଁରୀ ଏବଂ କ୍ରସର ବନ୍ଦ ଆନ୍ଦୋଳନ ସହିତ ଗ୍ରାମବାସୀଙ୍କ ପ୍ରତୀକ ଗଣଧାରଣା ବୁଧୁବାର ଦ୍ୱିତୀୟ ଦିନରେ ପହଞ୍ଚିଛି। ଧାରଣାରେ ସ୍କୁଲ ପିଲା ମଧ୍ୟ ସାମିଲ ହେଉଥିବା ଦେଖିବାକୁ ମିଳିଛି। ଯାହାଫଳରେ ଖରଭୁଇଁ ସ୍କୁଲର ପାଠପଢ଼ୁଥିବା ୧୦୭ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଗତ ମଙ୍ଗଳବାର ଉପସ୍ଥାନ ସଂଖ୍ୟା ହ୍ରାସପାଇ ୩୬ ରହିଥିଲା। ଆଜି ତଥା ଦ୍ୱିତୀୟ ଦିନ ଗଣଧାରଣାରେ ଉପସ୍ଥାନ ସଂଖ୍ୟା ହ୍ରାସ ପାଇ ୩୩ରେ ପହଞ୍ଚିଥିବା ଜଣାପଡ଼ିଛି। ଏଥିରୁ ଅନୁମାନ କଲେ ବୁଝାପଡୁଛି ଯେ, ପଥର ଶିଳ୍ପକୁ କୋମଳମତି ଶିଶୁ ତଥା ଦେଶର ଭବିଷ୍ୟତମାନେ ମଧ୍ୟ ନାପସନ୍ଦ କରୁଛନ୍ତି। ଶିଶୁମାନେ ପଥର ଶିଳ୍ପର ପ୍ରଭାବ ବୁଝିପାରୁଛନ୍ତି, ମାତ୍ର ଏ ବାବଦରେ ଜିଲାପ୍ରଶାସନ ନିଦାବୁଷ୍ଣୁ ରହିବା ବାସ୍ତବିକ ଗ୍ରାମବାସୀ ଓ ସଚେତନ ନାଗରିକମାନଙ୍କୁ ବ୍ୟଥିତ କରିଛି। ତେଣୁ ଏହାର ତୁରନ୍ତ ସମାଧାନ ଦିଗରେ ଜିଲାପାଳ ହସ୍ତକ୍ଷେପ ନକଲେ ଆଗକୁ ନେଡିଗୁଡ କହୁଣୀକୁ ବୋହିଯିବାର ଯଥେଷ୍ଟ ସମ୍ଭାବନା ରହିଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories