www.samajalive.in
Monday, December 8, 2025
20.1 C
Bhubaneswar

ବିଶ୍ୱକପ ହକି ଖେଳାଳିଙ୍କୁ ନବରଙ୍ଗପୁର ଲାଖପେଡ଼ି

ନବରଙ୍ଗପୁର: ଓଡିଶାରେ ହକି ବିଶ୍ୱ କପ୍‍ ଆୟୋଜିତ ହୋଇଥିବା ବେଳେ ଖେଳଳିମାନଙ୍କୁ ଉପହାର ଦେବାକୁ ଏଠାରେ ପ୍ରସ୍ତୁତି ଆରମ୍ଭ ହୋଇଛି। ହାରାହାରି ୭ଶହ ଲାଖରେ ପ୍ରସ୍ତୁତ ପେଡି ଚଳିତ ବର୍ଷ ଉପହାର ସ୍ୱରୂପ ଖେଳାଳିଙ୍କୁ ଦେବାକୁ ଉଦ୍ୟମ ଆରମ୍ଭ ହୋଇଯାଇଛି। ଆସନ୍ତା ନଭେମ୍ବର ୨୮ରୁ ଡିସେମ୍ବର ୧୬ ମଧ୍ୟରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ହକି ବିଶ୍ୱ କପ୍‍ ଅନୁଷ୍ଠିତ ହେବ। ଏହି ଟୁର୍ଣ୍ଣାମେଣ୍ଟରେ ବିଶ୍ୱର ବିଭିନ୍ନ ଦେଶର ଖେଳାଳିମାନେ ଯୋଗ ଦେବେ। ସମସ୍ତ ଖେଳାଳିଙ୍କୁ ପ୍ରଥମ ଥର ପାଇଁ ନବରଙ୍ଗପୁରର ଲାଖ ନିର୍ମିତ ଏହି ଉପହାର ଦିଆଯିବ। ଏଥି ପାଇଁ ୭୦୦ ଲାଖ ଉପହାର ପେଡି ଆସନ୍ତା ୩୦ ତାରିଖ ସୁଦ୍ଧା ପ୍ରସ୍ତୁତ କରିବାକୁ ଅର୍ଡର ଦିଆ ଯାଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୩୦୦ଟି ପେଡି ପଠା ଯାଇଛି। ପ୍ରତି ପେଡିର ଓସାର ଓ ଲମ୍ବ୬ଇଞ୍ଚ ଲେଖାଏ ରହିଥିବା ବେଳେ ଉଚ୍ଚତା ୩.୬ ଇଞ୍ଚ ରହିଛି। ପ୍ରତି ପେଡିର ମୂଲ୍ୟ ୩୦୦ ଟଙ୍କା ରଖାଯାଇଛି। ଲାଖ କାମ ନବରଙ୍ଗପୁର ଶଙ୍ଖାରୀ ସାହି ଲୋକେ ପୂର୍ବ ପୁରୁଷ ଅମଳରୁ କରି ଆସୁଛନ୍ତି। ପ୍ରଥମଥର ପାଇଁ ସରକାରଙ୍କର ପକ୍ଷରୁ ଏହି ଅର୍ଡର ଦିଆଯାଇଛି। ଯାହା ନବରଙ୍ଗପୁର ପାଇଁ ଗର୍ବର ବିଷୟ ବୋଲି ଆଲୋଚନା ହେଉଛି। ଏଥିଯୋଗୁଁ ଏଠିକାର ଲାଖ କାର୍ଯ୍ୟ ସାରା ବିଶ୍ୱରେ ପରିଚିତ ହୋଇ ପାରିବ ବୋଲି କୁହାଯାଉଛି। ଲାଖ କାର୍ଯ୍ୟ କରି ବଞ୍ଚୁଥିବା ଅନେକ ପରିବାର ପକ୍ଷରୁ ଏ ନେଇ ଖୁସି ପ୍ରକାଶ ପାଇଛି। ଆନ୍ତର୍ଜାତୀୟ ସ୍ତରରେ ସେମାନଙ୍କ ସୁକ୍ଷ୍ମ କାରୁକାର୍ଯ୍ୟର ବ୍ୟବହାର ନେଇ ବେଶ ଖୁସି ବୋଲି ଅନେକ କହିଛନ୍ତି। ଲାଖ କାରୁକାର୍ଯ୍ୟକୁ ବଞ୍ଚାଇ ରଖିଥିବା ନେଇ ୧୯୯୮ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଶିଳ୍ପୀ କୁନ୍ତଳାକୁମାରୀ ପାତ୍ର ପୁରସ୍କୃତ ହୋଇଥିବା ବେଳେ ବହୁ ଦିନ ପରେ ଏହାକୁ ମାନ୍ୟତା ଦେଇ ବିଶ୍ୱସ୍ତରରେ ପହଞ୍ଚାଇବାକୁ ଉଦ୍ୟମ
କରିଥିବା ନେଇ ସେ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହାର ପ୍ରସ୍ତୁତି ନେଇ ଗତ ୧୫ଦିନ ହେଲା ୪ଟି ପରିବାରର ୧୦ଜଣ ମହିଳା ଦିନରାତି କାମ କରୁଛନ୍ତି। ଏଥିପାଇଁ ପ୍ରଥମେ ବାଉଁଶ ପେଡି ଆଦିବାସୀ ସଂପ୍ରଦାୟ ଲୋକଙ୍କରଠାରୁ କିଣାଯାଇଥାଏ। ପରେ ଏହା ଉପରେ ସୂତାର କପଡାକୁ ଅଠା ସାହାଯ୍ୟରେ ଲଗାଯାଏ। ଏହା ଉପରେ ଲାଖ କାମ କରାଯାଏ ବୋଲି ବୟସ୍କା ଲାଖ ଶିଳ୍ପୀ ଶାନ୍ତି ସାହୁ କହିଛନ୍ତି। ଅନ୍ୟ ଶିଳ୍ପୀମାନେ ପେଡି ଉପରେ ସରକାରୀ ଅନୁମୋଦିତ ବିଭିନ୍ନ ରଙ୍ଗ ବ୍ୟବହାର କରି ସୁନ୍ଦର ଡିଜାଇନ କରୁଛନ୍ତି। ଏହାର ପ୍ରସ୍ତୁତି ବହୁ ସମୟ ସାପେକ୍ଷ ହୋଇଥିବା ବେଳେ ଦିନକୁ ଜଣେ କେବଳ ଦୁଇଟି ପେଡି କରିପାରୁଥିବା କୁହାଯାଇଛି। କେବଳ ଶଙ୍ଖାରୀ ମହିଳାମାନେ ଏହି କାରୁକାର୍ଯ୍ୟ କରି ଆସୁଛନ୍ତି। ବହୁ ଦକ୍ଷ ମହିଳା ହିଁ ଏହି ସୁକ୍ଷ୍ମ କାରୁକାର୍ଯ୍ୟ କରିବାକୁ ସକ୍ଷମ ହୋଇ ପାରୁଛନ୍ତି। ଜିଲାର ଚନ୍ଦାହାଣ୍ଡି , ଝରିଗାଁ ଓ ରାଇଘର ଅଞ୍ଚଳରୁ ପଳାସ ଓ କୁସୁମ ଗଛରୁ ଲାଖ ଉତ୍ପାଦନ କରାଯାଉଥିବା ବେଳେ ଏହାକୁ ସଂଗ୍ରହ କରିବା ପରେ ଧୋଇ ଶୁଖା ଯାଇଥାଏ। ପରେ ଲାଖ ଲାଖ ତରଳାଇ ଥାନ୍ତି। ଏହି ତରଳ ଲାଖରେ ବିଭନ୍ନ ରଙ୍ଗ ମିଶାଯିବା ପରେ କାଠ, ବାଉଁଶ କିମ୍ବା ପୋଡା ମାଟିର ବିଭିନ୍ନ ପେଡି, ହାଣ୍ଡି, ଖେଳନା ଓ ଅନ୍ୟାନ୍ୟ କାରୁକାର୍ଯ୍ୟ କରାଯାଇଥାଏ। ତରଳା ଯାଇଥିବା ଲାଖରେ ଆବଶ୍ୟକତା ଅନୁସାରେ ଲାଲ, ସବୁଜ, ନୀଳ, କଳା ଓ ହଳଦିଆ ରଙ୍ଗ ମିଶାଯାଇ ସୁନ୍ଦର କାର୍ଯ୍ୟ କରାଯାଇଥାଏ ବୋଲି ଶିଳ୍ପୀ ପ୍ରଭାତି ପାତ୍ର କହିଛନ୍ତି। ରାଜାରାଜୁଡା ସମୟରୁ ଏହା କରାଯାଉଛି। ଲାଖ କାର୍ଯ୍ୟ ନବରଙ୍ଗପୁର ଶଙ୍ଖାରୀ ଜାତିର ମୁଖ୍ୟ ପେସା ହୋଇଥିବା ବେଳେ ପୂର୍ବ ପୁରୁଷରୁ ଏହା ଚାଲିଛି। ସରକାରୀ ପ୍ରୋତ୍ସାହନ ଅଭାବ ଓ ଆବଶ୍ୟକ ଲାଭ ମିଳୁ ନଥିବାରୁ ପରିବାର ପ୍ରତିପୋଷଣ ଓ ଗୁଜରାଣ ମେଣ୍ଟାଇବା ସମ୍ଭବ ହେଉ ନଥିବା କେତେଜଣ ଶିଳ୍ପୀ କହିଛନ୍ତି। ବହୁ ପରିବାର ଏହି କୁଟୀର ଲାଖ ଶିଳ୍ପ ଛାଡି ଅନ୍ୟ ବ୍ୟବସାୟ କରୁଛନ୍ତି। ସହରର ହାତ ଗଣତି କିଛି ପରିବାର ଏହି କାମ କରୁଥିବା କାଳୀଚରଣ ପାତ୍ର କହିଛନ୍ତି। ଏଭଳି ବିପରୀତ ପରିସ୍ଥିତିରେ ବିଶ୍ୱ ହକିକପ ଟୁର୍ଣ୍ଣାମେଣ୍ଟରେ ସରକାର ଅବହେଳିତ ଅବସ୍ଥାରେ ରହିଥିବା ଲାଖ କାରୁକାର୍ଯ୍ୟକୁ ଗୁରୁତ୍ୱ ଦେଇ ଥିବାରୁ ଲାଖ ଶିଳ୍ପୀଙ୍କର ଭାଗ୍ୟରେ ପରିବର୍ତ୍ତନ ହେବ ବୋଲି ଅଶା ପ୍ରକାଶ ପାଇଛି।
ବିଶ୍ୱକପ ହକି ଖେଳାଳି…

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories