ଭୁବନେଶ୍ବର: ଦୁର୍ନୀତିଗ୍ରସ୍ତ ୧୪ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ରାଜ୍ୟ ସରକାର। ୧୪ଜଣଙ୍କ ମଧ୍ୟରୁ ୪ଜଣ ଅଫିସରଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଦୁର୍ନୀତିଗ୍ରସ୍ତ ୧୪ଜଣ ଅଫିସର ମଧ୍ୟରୁ ୪ଜଣ ଅଫିସରଙ୍କୁ ବହିଷ୍କାର, ୪ଜଣଙ୍କୁ ଅବସର ଏବଂ ୬ଜଣଙ୍କ ସ୍ଥାୟୀ ଭାବେ ପେନସନ ବନ୍ଦ କରାଯାଇଛି। ଜଣେ ଅଧିକ୍ଷଣ ଯନ୍ତ୍ରୀ, ୨ ଜଣ ସହକାରୀ ଯନ୍ତ୍ରୀ, ଜଣେ ଡିଏସପି, ଜଣେ ସିଡିପିଓ, ଜଣେ ରେଞ୍ଜର, ଜଣେ ତହସିଲଦାର, ଜଣେ ବିଡିଓ, ୩ଜଣ ଜେଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯାଇଛି।
ଦୁର୍ନୀତିଗ୍ରସ୍ତ ୧୪ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ରାଜ୍ୟ ସରକାର
Popular Categories



