www.samajalive.in
Monday, December 8, 2025
17.1 C
Bhubaneswar

ବିଜେପିକୁ ଗୋଟିଏ ବି ଅଧିକ ଆସନ ଛଡ଼ାଯିବ ନାହିଁ: ଜେଡିୟୁ

ପାଟନା: ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଏନ୍‍ଡିଏର ଆସନ ବୁଝାମଣା ଚୂଡ଼ାନ୍ତ ହୋଇଥିବା ବିଜେପି ପକ୍ଷରୁ ସୋମବାର ଅନୌପଚାରିକ ଭାବେ ସୂଚନା ଦିଆଯାଇଥିଲା। ଏହି ସୂଚନା ଅନୁଯାୟୀ ବିଜେପି ୧୭ ଓ ଜେଡିୟୁ ୧୬ ଆସନରେ ଲଢ଼ିବାକୁ ବୁଝାମଣା ହୋଇଥିବା ବେଳେ ରାମ ବିଳାସ ପାଶ୍‍ୱାନ୍‍ ଓ ଖୁସ୍‍ୱାଙ୍କ ଦଳକୁ ଯଥାକ୍ରମେ ୫ ଓ ୨ ଆସନ ଦେବାକୁ ନିଷ୍ପତ୍ତି ହୋଇଛି। କିନ୍ତୁ ଏଭଳି କୌଣସି ବୁଝାମଣା ଖବରକୁ ଜେଡିୟୁ ପକ୍ଷରୁ ପ୍ରତ୍ୟାଖ୍ୟାନ କରାଯାଇଛି। ଜେଡିୟୁଠାରୁ ଗୋଟିଏ ବି ଅଧିକ ଆସନ ବିଜେପିକୁ ଛଡ଼ା ଯିବ ନାହିଁ ବୋଲି ପାର୍ଟି ପକ୍ଷରୁ କୁହାଯାଇଛି।
ଜେଡିୟୁର ଜଣେ ବରିଷ୍ଠ ନେତା କହିଛନ୍ତି ଯେ ଖୁବ୍‍ ଶୀଘ୍ର ଆସନ ବୁଝାମଣା ସଂକ୍ରାନ୍ତରେ ଘୋଷଣା କରାଯିବ। ବର୍ତ୍ତମାନର ସ୍ଥିତିକୁ ଦେଖିଲେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଛି। ତେଣୁ ଜେଡିୟୁ ଅଧିକ ଆସନରେ ଲଢ଼ିବାକୁ ନିଷ୍ପତ୍ତି ନେଇଛି। ଆବଶ୍ୟକ ସ୍ଥଳେ ଜେଡିୟୁ ଓ ବିଜେପି ସମାନ ସଂଖ୍ୟକ ଆସନରେ ଲଢ଼ିବେ। କୌଣସି ପରିସ୍ଥିତିରେ ମଧ୍ୟ ବିଜେପିଠାରୁ କମ୍‍ ଆସନରେ ଜେଡିୟୁ ଲଢ଼ିବାକୁ ସମ୍ମତି ପ୍ରକାଶ କରିନାହିଁ। ବିଜେପି-ଜେଡିୟୁ ମଧ୍ୟରେ ୧୭-୧୬ ଆସନ ବୁଝାମଣା ବିଷୟରେ ଗଣମାଧ୍ୟମରେ ପ୍ରକାଶିତ ଖବର ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ଜେଡିୟୁ ନେତା କହିଛନ୍ତି ଯେ କିିଛି ଦିନ ତଳେ ଜେଡିୟୁକୁ ୧୨ଟି ଆସନ ମିଳିବ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ଏବେ ତାହା ବଢ଼ି ୧୬ ପର୍ୟ୍ୟନ୍ତ ପହଞ୍ଚିଛି। ତେଣୁ ଭବିଷ୍ୟତରେ କଣ ହେବାକୁ ଯାଉଛି ତାହା ଖୁବ୍‍ଶୀଘ୍ର ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories