www.samajalive.in
Tuesday, December 9, 2025
17.1 C
Bhubaneswar

ବୁଧବାର ରାଶିଫଳ

ମେଷ: ନଷ୍ଟ ଦ୍ରବ୍ୟର ସନ୍ଧାନ ମିଳିବ। ଖର୍ଚ୍ଚାନ୍ତ ହୋଇପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ବିବାଦୀୟ ବିତର୍କରେ ଭାଗ ନ ନେଇ ଚୁପ୍‍ ରହିବା ଭଲ। ବିବାଦରେ ବିଜୟୀ ହେବା କଷ୍ଟସାଧ୍ୟ ହେବ। ମିଷ୍ଟଭାଷୀ ହେବେ।

ବୃଷ: ଆୟ ଉତ୍ତମ ଧରଣର ହେବ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଯାନବାହନ ସୁଖ ମିଳି ପାରେ। ଅପାର ଗୁଣର ଅଧିକାରୀ ହେବେ। ପ୍ରସନ୍ନତା ଲାଭ କରିବେ।

- Advertisement -

ମିଥୁନ: ବିଳାସ ବ୍ୟସନର ମୂଲ୍ୟବାନ ଦ୍ରବ୍ୟ ଘରକୁ ଆଣି ପାରନ୍ତି। ଆୟ ବୃଦ୍ଧି ଘଟି ପାରେ। କାର୍ଯ୍ୟରେ ସଫଳତା ଲାଭ କରିବେ। ସରକାରୀ ସ୍ତରରୁ ଅର୍ଥ ମିଳିପାରେ। କୀର୍ତ୍ତିମାନ ହେବେ। ଗୁଣଜ୍ଞ ହୋଇପାରନ୍ତି।

କର୍କଟ: କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ। ଆୟ ବୃଦ୍ଧି କରିବାର ସୁଯୋଗ ସୃଷ୍ଟି ହୋଇଛି। ଭାଗ୍ୟବାନ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖ ପ୍ରଦ ହେବ। ଯଶସ୍ୱୀ ହେବେ। ସମ୍ମାନିତ ହେବା ଆଶା କରାଯାଏ। ବସ୍ତ୍ର-ଭୂଷଣ ଲାଭ ହେବ।

ସିଂହ: ଦିଅଁ ଦର୍ଶନ ଶୁଭଦାୟକ ହେବ। ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି। କାର୍ଯ୍ୟ ବିଘ୍ନ ବହୁଳ ହୋଇପାରେ। ପଥରୋଧର ସମ୍ମୁଖୀନ ହୋଇପାରନ୍ତି। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଜଳଯାତ୍ରାରେ ସତର୍କ ହେବେ।

କନ୍ୟା: ବିଶେଷ କାର୍ଯ୍ୟକ୍ରମର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ଶୁଭଖବର ପାଇ ଖୁସି ହେବେ। ବନ୍ଧୁ ମିଳନରେ ଉପକୃତ ହେବେ। ପତ୍ନୀଙ୍କ ଉପରେ ନିର୍ଭରଶୀଳ ହେବେ। ମନରେ ସେବାଭାବ ଜାଗ୍ରତ ହେବ। ଯଶସ୍ୱୀ ହୋଇପାରନ୍ତି।

ତୁଳା: ଶୁଭ ସମାଚାର ପାଇ ଉତ୍‍ଫୁଲ୍ଲିତ ହୋଇପାରନ୍ତି। ସତ୍‍ସଙ୍ଗୀ ହେବେ। ଶୁଭକର୍ମ ପାଇଁ ବାତାବରଣ ଅନୁକୂଳ ରହିଛି। ଚାକିରି କ୍ଷେତ୍ରରେ ଢ଼େର ଉନ୍ନତି ଘଟିବ। ଶରୀର ସୁସ୍ଥ ରହିବ। ଶତ୍ରୁ ଦମନରେ ସିଦ୍ଧହସ୍ତ ହେବେ।

ବିଛା: ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରନ୍ତି। ବିଭିନ୍ନ ସ୍ତରରୁ ଅର୍ଥାଗମ ହୋଇ ଭଣ୍ଡାର ପରିପୂର୍ଣ୍ଣ ହେବ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଥଣ୍ଡା କଫରେ ଆକ୍ରାନ୍ତ ହେବେ। କନ୍ୟା, ପୁତ୍ର, ପୌତ୍ର, ପ୍ରପୌତ୍ରାଦି ଲାଭ କରିପାରନ୍ତି।

ଧନୁ: କୃଷିକ୍ଷେତ୍ର ଉପରେ ଧ୍ୟାନ ଦେଇପାରନ୍ତି। ଯାନବାହନ ଜନିତ ସୁଖ ଭୋଗ କରିବେ। ପ୍ରଦୂଷଣମୁକ୍ତ ଗୃହରେ ବସତି ସ୍ଥାପନ କରିବେ। କର୍ମକ୍ଷେତ୍ରରେ ନୀତିନିଷ୍ଠ ବ୍ୟକ୍ତିଭାବେ ନିଜର ପରିଚୟ ସୃଷ୍ଟି କରିପାରନ୍ତି। ଆଦରଣୀୟ ହେବେ।

ମକର: ଅପବାଦକୁ ଉପେକ୍ଷା ନ କରି କର୍ମକ୍ଷେତ୍ରରେ ନିଷ୍ଠାର ସହ ଆଗକୁ ବଢ଼ିବେ। ବିବାଦରେ ବିଜୟୀ ହେବେ। ପ୍ରତିଯୋଗିତାରେ କୃତକାର୍ଯ୍ୟ ହେବେ। ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଅଂଶ ଗ୍ରହଣ କରି ଦକ୍ଷତା ପ୍ରତିପାଦନ କରିବେ।

କୁମ୍ଭ: ଉଚ୍ଚ ଆଶା ଫଳବତୀ ହେବ। ଯଶସ୍ୱୀ ହେବେ। ଉପୁଜି ଥିବା ସମସ୍ୟା ଦୂର ହେବ। ସୁସ୍ଥ ଓ ନିରାମୟ ରହିବେ। ଚଞ୍ଚଳମନା ହୋଇପାରନ୍ତି। ବିବିଧ ଧନଯୁକ୍ତ ହୋଇପାରନ୍ତି। ତ୍ୟାଗପୂତ ମନ ନେଇ ଆଦର୍ଶବାଦୀ ହେବେ।

ମୀନ: କର୍ମକ୍ଷେତ୍ରରେ ପଶ୍ଚାତ୍‍ପଦ ନ ହୋଇ ଆଗକୁ ମାଡ଼ି ଚାଲିବେ। ଧନବାନ ହେବେ। ଗୁଣଯୁକ୍ତ ହୋଇପାରନ୍ତି। ଉର୍ପାଜର୍ନକାରୀ ହେବେ। ରୁଚିକର ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଲୋକ ସଂପର୍କ ବୃଦ୍ଧି ହେବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories