କଣ୍ଟାବାଞ୍ଜି : ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ଵିକାଶ ବିଭାଗ ତରଫରୁ କଣ୍ଟାବାଞ୍ଜି ସହରରେ ନୂତନ ଭାବରେ ଆରମ୍ଭ ହେବାକୁ ଥିବା ବାଳାଶ୍ରମର ଶୁଭ ଉଦଘାଟନ ଉତ୍ସବ ଆଗାମୀ ନଭେମ୍ବର ମାସ ୧୪ ତାରିଖ ଶିଶୁଦିବସ ଦିନ ହେବ। ସହରର ୱାର୍ଡ଼ ନଂ ୧୪ରେ ଶିଶୁ ଉଦ୍ୟାନ ନିକଟ ସଂଖ୍ୟା ଲଘୁ ହଷ୍ଟେଲ ଠାରେ ଆରମ୍ଭ କରାଯିବାକୁ ଆଜି ଵିଜ୍ଞାପିତ ଅଞ୍ଚଳ ପରିଷଦ ସମ୍ମିଳନୀ କକ୍ଷରେ ଟିଟିଲାଗଡ଼ ଉପଜିଲ୍ଲାପାଳ ମନୋଜ ମହାଜନ ସତ୍ୟବାନଙ୍କ ଅଧକ୍ଷତା ପରିଚାଳନା କମିଟି ବୈଠକ ନିଷ୍ପତି ନିଆଯାଇଛି। ପରିଚାଳନା କମିଟି ସମ୍ପାଦକ ତଥା ଜିଲ୍ଲା ସାମାଜିକ କଲ୍ୟାଣ ଆଦିକାରୀ ସାନ୍ତାଲାଲ ଦୀପ ଏହି ସୂଚନା ଦେଇଛନ୍ତି । ଏହି ବାଳାଶ୍ରମ ପ୍ରଥମେ ୨୫ଜଣ ଶିଶୁଙ୍କୁ ନେଇ ଆରମ୍ଭ କରାଯିବା ସହ, ପରବର୍ତ୍ତୀ ପର୍ଯାୟରେ ସିଟ ସଂଖ୍ୟା ୧୦୦କୁ ବୃଦ୍ଧି କରାଯିବ। ସ୍ଥାୟୀ ଆବାସିକ ଗୃହ, କଣ୍ଟାବାଞ୍ଜି ଭୋକେଶନାଲ କଲେଜ ନିକଟରେ ପ୍ରାୟ ୧ କୋଟି ୩୯ଲକ୍ଷ ବ୍ୟୟ ଅଟକଳରେ ନିର୍ମାଣ କରାଯିବ।
ଆଜିର ବୈଠକ ପୂର୍ବରୁ, ପରିଚାଳନା କମିଟିର ଅଧକ୍ଷ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧକ୍ଷତା ବୈଠକ ବସି ବାଳାଶ୍ରମ ଖସଡ଼ା ପ୍ରସ୍ତୁତ କରା ଯାଇଥିଲା। କଣ୍ଟାବାଞ୍ଜି ଠାରେ ରାଜ୍ୟ ସରକାରଙ୍କ ସମ୍ମନ୍ୱିତ ଶିଶୁ ବିକାଶ ଯୋଜନାର ନିର୍ଦେଶକ ଅରବିନ୍ଦ ଅଗ୍ରୱାଲ (ଆଇଏଏସ)ଙ୍କ ଯୋଗୁଁ ସମ୍ଭବ ହୋଇ ଥିବା ଜଣାପଡିଛି । ଆଜି କମିଟିର ଅଧକ୍ଷ ଜିଲ୍ଲାପାଳ ଙ୍କ ଉପସ୍ଥିତରେ ମନୋଜ ମହାଜନ ସତ୍ୟବାନଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ସମ୍ପାଦକ ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ ସାନ୍ତାଳାଲ ଦୀପ, ତହସିଲଦାର ସମୀର ବେହେରା (କୋଷାଧକ୍ଷ ), ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନିରଞ୍ଜନ ଧଳ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂହ, ତୁରେକେଲା ସିଡିପିଓ ମାଧୁରୀ ହୋତା, ବ୍ଲକ ସହକାରୀ ଯନ୍ତ୍ରୀ କୁଳମଣି ଭୋଇ, କଣ୍ଟାବାଞ୍ଜି ଭୋକେଶନାଲ କଲେଜ ଅଧକ୍ଷ ସତ୍ୟବ୍ରତ ମିଶ୍ର, ଏନଏସି ଉପାଧ୍ୟାକ୍ଷା ମନୋରମା ରାଉତ, ଚିନ୍ମୟ ଯୋଶୀ, କାହ୍ନୁ ଚରଣ ମିଶ୍ର, ଅଶୋକ ଚାପଡ଼ିଆ, କୁଞ୍ଜ ବେହେରା, ଚନ୍ଦ୍ରଶେଖର ନାଗ, ଯୋଗେଶ ଅଗ୍ରୱାଲ, ଲଳିତ ଅଗ୍ରୱାଲ, ଚେମ୍ବର ଅଫ କମର୍ସ ସଭାପତି ଅନିଲ ଅଗ୍ରୱାଲ, କିରାନା ମାର୍ଚ୍ଚଣ୍ଟ ଆସୋସିଏସନ ସଭାପତି ଅନିଲ କୁମାର ଅଗ୍ରୱାଲ, ଶିବ ଚାନ୍ଦ ଅଗ୍ରୱାଲ, ପ୍ରମୁଖ ପରିଚାଳନା କମିଟିର ସଦସ୍ୟ ଉପସ୍ଥିତ ଥିଲେ।



