www.samajalive.in
Tuesday, December 9, 2025
17.1 C
Bhubaneswar

ଏକଲବ୍ୟ ମଡେଲ ସ୍କୁଲ ନିମନ୍ତେ ଜମି ଚିହ୍ନଟ 

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ପ୍ରଧାନୀଗୁଡା ନିକଟରେ ପ୍ରଶାସନ ପକ୍ଷରୁ ଏକଲବ୍ୟ ମଡେଲ ସ୍କୁଲ ନିମନ୍ତେ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । ଗୁରୁବାର ଜିଲା ଓ ବ୍ଲକ ପ୍ରଶାସନର ମିଳିତ ଉଦ୍ୟମରେ ପ୍ରଧାନୀଗୁଡା ଓ ମନେଇଗୁଡା ମୌଜାରେ  ମଡେଲ ସ୍କୁଲ ନିମନ୍ତେ  ସରକାରୀ ଜମି ଚୟନ ହୋଇଛି । ଏହାକୁ ନେଇ ଚଳିତ ମାସ ୧୩ତାରିଖ ଦିନ ଜିଲାପାଳ ସ୍ୱଧା ଦେବ ସିଂହ ପରିଦର୍ଶନ କରି ତୁରନ୍ତ ଜମି ଚିହ୍ନଟ କରିବା ପାଇଁ ସ୍ଥାନୀୟ ତହସିଲଦାରଙ୍କୁ ଆଦେଶ ଦେଇଥିଲେ । ଏହାକୁ ନେଇ  ଉକ୍ତ ସରକାରୀ ଜମିରେ ଚାଷ କରୁଥିବା ଚାଷୀ ପୂର୍ବରୁ ବିରୋଧ କରି ଆସୁଥିଲେ। ଗତକାଲି ବୁଧବାର ଦିନ ତହସିଲଦାର ସୁଧାକର ରଇତ, ରାଜସ୍ୱ ଅଧିକାରୀ, ଅମିନ ଓ ସ୍ଥାନୀୟ ପୁଲିସ ଥାନା ଅଧିକାରୀ ମୁକୁନ୍ଦ ଦେବ ନାୟକ  ଉପସ୍ଥିତରେ ଜମି ଚିହ୍ନଟ କରୁଥିବା ବେଳେ ତାହାକୁ ଚାଷ କରିଥିବା ଚାଷୀ ସମ୍ପୂର୍ଣ୍ଣ ବିରୋଧ କରିଥିଲେ। ଯାହା ଫଳରେ ବ୍ଲକ ପ୍ରଶାସନ ନିରାଶ ହୋଇ ଫେରି ଆସିଥିଲେ। ଆଜି ଜିଲା ଓ ବ୍ଲକ ପ୍ରଶାସନ ମିଳିତ ଭାବେ ଉକ୍ତ ପ୍ରଧାନୀଗୁଡା ଗ୍ରାମ ନିକଟରେ ଏକ ପ୍ଲାଟୁନ ପୁଲିସ,୩ ଡ଼ିଏସପି, ୩ ଏସଡିପିଓ , ୫ ଥାନା ଅଧିକାରୀ, ମାଜିଷ୍ଟ୍ରେଟ ଭାବେ ତହସିଲଦାର ତାପସ ରାଉତ, କୋଲନରା ତହସିଲଦାର ବିଘ୍ନରାଜ କହଁର, ସ୍ଥାନୀୟ ତହସିଲଦାର ସୁଧାକର ରଇତ, ରାଜସ୍ୱ ଅଧିକାରୀ ସନ୍ତୋଷ ପାଣିଗ୍ରାହୀ, ଅମିନ ଏସ. ରାଜୁ ସମେତ ପଦାଧିକାରୀ ଉପସ୍ଥିତ ରହି ଜମି ଚିହ୍ନଟ କରୁଥିବା ବେଳେ ଅନ୍ୟ ପଟେ ଚାଷ କରିଥିବା ଚାଷୀ ଜମି ଚିହ୍ନଟ ନ କରିବା ପାଇଁ ଅଡି ବସିଥିଲେ। ଅନ୍ୟପକ୍ଷରେ ଗ୍ରାମର କିଛି ଲୋକ ସେହି ସ୍ଥାନରେ ଏକଲବ୍ୟ ମଡେଲ ସ୍କୁଲ କରାଯାଉ ବୋଲି ଦାବି କରିଥିଲେ।  ଚାଷ କରି ଥିବା ଚାଷୀ ମାନଙ୍କୁ ପ୍ରଶାସନ ପକ୍ଷରୁ ବହୁ ବୁଝାସୁଝା କରାଯାଇଥିଲା। କିନ୍ତୁ ସେମାନେ  ଜମି ନ ଦେବାକୁ ଅଡି ବସିଥିଲେ। ଗତ ବର୍ଷ ନଭେମ୍ବର ମାସ ୧୫ରେ ପ୍ରଧାନୀଗୁଡା ଠାରେ ଏକଲବ୍ୟ ଆଧୁନିକ (ମଡେଲ) ବିଦ୍ୟାଳୟର  ସୂଚନା ଫଳକୁ ଭିଡିଓ କନଫ୍ରେନ୍ସ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଉଦଘାଟନ କରିଥିଲେ। ଆଦିବାସୀ ନେତା ବିର୍ଷା ମୁଣ୍ଡାଙ୍କ ଜନ୍ମ ତିଥିରେ ଆଦିବାସୀଙ୍କ ଶିକ୍ଷାର ଉନ୍ନତି ସକାଶେ ପ୍ରତ୍ୟେକ ବ୍ଲକ ଓ ଜିଲା ମାନଙ୍କରେ ଗୋଟିଏ ଲେଖାଏଁଏକଲବ୍ୟ ମଡେଲ ସ୍କୁଲ ନିର୍ମାଣ କରିବା ପାଇଁ ପ୍ରତିଶ୍ରୁତି ଦେଇ କାର୍ଯ୍ୟ କରିଛନ୍ତି ।
ଏ ବିଷୟରେ ତହସିଲଦାର ସୁଧାକର ରଇତଙ୍କୁ ପଚାରିବାରୁ ସେ କହିଲେ  ସରକାରଙ୍କ ନିର୍ଦ୍ଧେଶ କ୍ରମେ ଏହି ସ୍ଥାନରେ ବିଦ୍ୟାଳୟ ନିର୍ମାଣ କରାଯିବ। ଜମି ମପା ଯାଇଛି । ତେଣୁ ଏମାନେ ରୋକିପାରିବେ ନାହିଁ ବୋଲି କହିଛନ୍ତି । ଏସଡିପିଓ  ଦେବଜ୍ୟୋତି ଦାସଙ୍କୁ ପଚାରିବାରୁ ସେ କହିଲେ ବହୁ ଲୋକଙ୍କ ସମର୍ଥନ ରହିଛି । ତେଣୁ ଏହି ଠାରେ ବିଦ୍ୟାଳୟ ନିର୍ମାଣ କରାଯିବ । ଅନ୍ୟପକ୍ଷରେ ଉକ୍ତ ଜମିରେ ଚାଷ କରିଥିବା ଚାଷୀ  ଆମ ଜୀବନ ଗଲେ ଯାଉ ପଛେ । ଏହିଠାରେ ବିଦ୍ୟାଳୟ କରିବାକୁ ଦେବୁ ନାହିଁ ବୋଲି  ସୁନିତା କାଡ୍ରାକା, କଣ୍ଡାଗରୀ ସାଲମେ ସମେତ ବହୁ ଲୋକ କହିଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories