www.samajalive.in
Tuesday, December 9, 2025
16.1 C
Bhubaneswar

ନଭେମ୍ବର ୧୮ରେ ‘ନଫରତ୍ ଛାଡ଼-ସମ୍ବିଧାନ ବଞ୍ଚାଅ’ ଅଭିଯାନ

ଢେଙ୍କାନାଳ ସଦର  : ରାଷ୍ଟ୍ରୀୟ ଯୁବା ସଙ୍ଗଠନର ଢେଙ୍କାନାଳ ଶାଖା ପକ୍ଷରୁ ଗୁରୁବାର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଢେଙ୍କାନାଳ ସ୍ଥିତ ଦଧିବାମନ ଜୀଉ ମଠ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଦେଶରେ ବଢୁଥିବା ବେରୋଜଗାରୀ ଆଜି ଯୁବ ଛାତ୍ର ସମାଜକୁ ପ୍ରଭାବିତ କରୁଛି । ସାମ୍ପ୍ରଦାୟିକ ବିଦ୍ଵେଷ ତଥା ନିଶା ପ୍ରଚଳନ ମାଧ୍ୟମରେ ଦେଶର ଯୁବ ଛାତ୍ର ଗୋଷ୍ଠୀଙ୍କୁ ପଥଭ୍ରଷ୍ଟ କରିବା ପାଇଁ ରାଜନୈତିକ ଗୋଷ୍ଠୀ ଷଡ଼ଯନ୍ତ୍ର ଚଳାଇଛନ୍ତି । ଦେଶର ଶାସନ ବ୍ୟବସ୍ଥା ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁସାରେ ପରିଚାଳିତ ହେଉନାହିଁ । ଏହିଭଳି ଏକ ବିକଟ ପରିସ୍ଥିତିରେ ଯୁବ ଛାତ୍ରମାନଙ୍କୁ ଆଗକୁ ଆସି ଦେଶରେ ବିପ୍ଳବ ଛିଡା କରିବାକୁ ହେବ । ଦେଶରେ ଗଣତନ୍ତ୍ର, ଧର୍ମ ନିରପେକ୍ଷତା, ରାଷ୍ଟ୍ରୀୟ ଏକତା ଓ ଅଖଣ୍ଡତାର ସୁରକ୍ଷା ତଥା ବେରୋଜଗାରୀ, ଦରଦାମ ବୃଦ୍ଧିକୁ ରୋକିବା ନିମନ୍ତେ ଗତ ୨ ଅକ୍ଟୋବର ଗାନ୍ଧୀ ଜୟନ୍ତୀରୁ ରାଷ୍ଟ୍ରୀୟ ସ୍ତରରେ ଆରମ୍ଭ ହୋଇଥିବା ଜନ ଆନ୍ଦୋଳନମାନଙ୍କର ରାଷ୍ଟ୍ରୀୟ ପ୍ରୟାସ ‘ନଫରତ୍ ଛାଡ଼- ସମ୍ବିଧାନ ବଞ୍ଚାଅ ଅଭିଯାନ’କୁ ସମର୍ଥନ କରି ଆସନ୍ତା ନଭେମ୍ବର ୧୮ ତାରିଖରେ ସଙ୍ଗଠନର ଜିଲ୍ଲା ଶାଖା ପକ୍ଷରୁ ବାଜି ଚୌକ ଠାରୁ ଏକ ପଦଯାତ୍ରା ସହର ପରିକ୍ରମା କରିବ ବୋଲି ସଙ୍ଗଠନର ରାଷ୍ଟ୍ର ସମିତି ସଦସ୍ୟ ମାନସ ପଟ୍ଟନାୟକଙ୍କ ସଂଯୋଜନାରେ କାର୍ଯ୍ୟକାରିଣୀରେ ନିଷ୍ପତି ହୋଇଥିଲା।
ଆଜିର କାର୍ଯ୍ୟକାରିଣୀରେ ଆଶୁତୋଷ ହୋତା, ସିଦ୍ଧାନ୍ତ ଶତପଥୀ, ସୁଦୀପ କୁମାର ସାହୁ, ଆକାଶ ପ୍ରଧାନ, ସୁଦୀପ କୁମାର ସାହୁ, ରଶ୍ମୀ ରଞ୍ଜନ ବିଶ୍ୱାଳ, ଅନୁଭଵ ବେହେରା, ପୂଜାରାଣୀ ସେନାପତି, ପୁଷ୍ପାଞ୍ଜଳି ସାହୁ ପ୍ରମୁଖ ଅଂଶଗ୍ରହଣ କରିବା ସହ ନିଜ ମତ ପ୍ରଦାନ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories