www.samajalive.in
Monday, December 8, 2025
27.1 C
Bhubaneswar

ମୁମ୍ବଇରେ ୩୦୦ ବିମାନ ଉଡ଼ାଣ ପ୍ରଭାବିତ

ମୁମ୍ବଇ: ମୁମ୍ବଇ ବିମାନବନ୍ଦରରେ ମଙ୍ଗଳବାର ସକାଳ ୧୧ଟାରୁ ୫ଟା ପର୍ଯ୍ୟନ୍ତ ସମସ୍ତ ଉଡ଼ାଣକୁ ବାତିଲ କରି ଦିଆଯାଇଛି। ଫଳରେ କିଛି ବିମାନର ଉଡ଼ାଣ ସମୟସୀମାକୁ ପରିବର୍ତ୍ତିତ କରାଯାଇ ଥିବାବେଳେ କିଛି ବିମାନର ଗତିପଥ ବଦଳାଇ ଦିଆଯାଇଛି। ମଙ୍ଗଳବାର ବିମାନ ବନ୍ଦରର ମୁଖ୍ୟ ରନ ୱେ ଓ ଦ୍ୱିତୀୟ ରନ ୱେରେ ମରାମତି କାର୍ଯ୍ୟ ହେଉଛି। ଫଳରେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବିମାନ ଚଳାଚଳକୁ ବନ୍ଦ ରଖାଯାଇ ଥିଲେ ମଧ୍ୟ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ବିମାନ ଚଳାଚଳ ବିଳମ୍ବ ହେବାର ସମ୍ଭାବନା ଦେଖା ଦେଇଛି।
ମୁମ୍ବଇ ବିମାନ ବନ୍ଦରରେ ପ୍ରତି ଦିନ ୯୭୦ଟି ବିମାନ ଯାତାୟତ କରୁଥିବାବେଳେ କେବଳ ୬ଘଣ୍ଟା ପାଇଁ ବିମାନ ବନ୍ଦରକୁ ବନ୍ଦ କରିବା ଦ୍ୱାରା ୩୦୦ରୁ ଊଦ୍ଧ୍ୱର୍ ବିମାନ ଉଡ଼ାଣ ପ୍ରଭାବିତ ହୋଇଛି। ୪କୋଟି ଯାତ୍ରୀଙ୍କୁ ଗମନାଗମନ କରିବାକ୍ଷମତା ସମ୍ପନ୍ନ ଏହି ବିମାନ ବନ୍ଦରରେ ଚଳିତ ବର୍ଷ ୪କୋଟି ୮୦ଲକ୍ଷ ଯାତ୍ରୀ ଅଦ୍ୟାବଧି ଗମନା ଗମନ କରିଛନ୍ତି। ଫଳରେ ଅନ୍ୟାନ୍ୟ ବିମାନ ବନ୍ଦର ଠାରୁ ମୁମ୍ବଇ ବିମାନ ବନ୍ଦର ଅଧିକ ବ୍ୟସ୍ତ ବହୂଳ ଏଥିରେ ସନ୍ଦେହ ନାହିଁ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories