କାମାକ୍ଷାନଗର-କାମାକ୍ଷାନଗର ମଢ଼ିସାହିରେ ଜଣେ ଠିକାଦାରଙ୍କ କାରକୁ ସୋମବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ବୋମା ମାଡ଼ କରିଥିବା ଅଭିଯୋଗ । ମଢ଼ିସାହି ର କାନ୍ହୁ ସାହୁଙ୍କ କାର ପଦାରେ ରହିଥିବା ବେଳେ କେହି ଦୁର୍ବୃତ୍ତ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମା ମାଡ଼ କରିଥିବାର ସନ୍ଦେହ କରାଯାଉଛି।
କାହ୍ନୁ ସାହୁ ଦୀର୍ଘ ଦିନ ଧରି ଠିକାଦାର କାର୍ଯ୍ୟ କରି ଆସୁଥିବା ବେଳେ ବିଜୁ ଜନତାଦଳରେ ମଧ୍ୟ ଜଣେ ଆଗଧାଡିର କର୍ମୀ। ଏହି ଘଟଣା ପ୍ରଚାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି ।



