www.samajalive.in
Monday, December 8, 2025
17.1 C
Bhubaneswar

ଅଣ୍ଡା ଦେଇ କୁକୁଡ଼ା ବିଖ୍ୟାତ

ନୂଆଦିଲ୍ଲୀ: ଅଷ୍ଟ୍ରେଲିୟାର ଏକ କୁକୁଡ଼ା ଅଣ୍ଡା ଦେଇ ବିଖ୍ୟାତ ହୋଇଯାଇଛି। ସାଧାରଣ କୁକୁଡ଼ା ଅଣ୍ଡାର ଆକାରଠାରୁ ପ୍ରାୟ ୨ଗୁଣରୁ ଊଦ୍ଧ୍ୱର୍ ଆକାରର ଏହି ଅଣ୍ଡାକୁ ନେଇ ବୈଜ୍ଞାନିକମାନେ ଅନୁସନ୍ଧାନ ଆରମ୍ଭ କରିଛନ୍ତି। ଅଣ୍ଡାଟି କେବଳ ଆକାରରେ ବିଶାଳ ନା’ ଏହାର ପୈଷ୍ଟିକ ଗୁଣ ଅନ୍ୟ ଅଣ୍ଡା ତୁଳନାରେ ଅଧିକ ଏହାକୁ ନେଇ ମଧ୍ୟ ଗବେଷଣା ଆରମ୍ଭ ହୋଇଛି।
ସ୍କଟ୍‍ ଓ କିମ୍ବାରଲେ ଷ୍ଟକମେନ ନାମକ ଦୁଇ ବ୍ୟକ୍ତିଙ୍କ ଦ୍ୱାରା ପରିଚାଳିତ କୁକୁଡ଼ା ଫାର୍ମର ଏକ କୁକୁଡ଼ା ଏଭଳି ଅଣ୍ଡା ଦେବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ଗବେଷଣା। ଏହି ଫାର୍ମରୁ ପ୍ରତି ଦିନ ୫୦ହଜାର ଅଣ୍ଡା ଉତ୍ପାଦନ ହେଉଥିବାବେଳେ ନିଦ୍ଦିଷ୍ଟ ଏକ କୁକୁଡ଼ା ଏଭଳି ବିଶାଳ ଅଣ୍ଡା ଦେଉଛି। କେବଳ ଅଣ୍ଡା କାହିଁକି ଅଣ୍ଡାକୁ ଭାଙ୍ଗିବା ପରେ ଏହା ମଧ୍ୟରେ ଥିବା କେଶର ମଧ୍ୟ ବେଶ୍‍ ବିଶାଳ ଆକାରର ଦେଖିବାକୁ ମିଳିଛି। କେତେବେଳେ କେମିତି ନୂତନ କରି ଅଣ୍ଡା ଦେବା ଆରମ୍ଭ କରିଥିବା କୁକୁଡ଼ାଙ୍କ ମଧ୍ୟରେ ଏଭଳି ବୈଚିତ୍ର ଦୃଶ୍ୟମାନ ହୋଇଥାଏ। ଏଭଳି ଅଣ୍ଡାରୁ କେତେବେଳେ ୨ଟି କେଶର ବାହାରୁଥିବାବେଳେ କେତେବେଳେ ଦୁଇଟି ଖୋଳ ଥିବା ଅଣ୍ଡା ମଧ୍ୟ ଦୃଶ୍ୟମାନ ହୋଇଥିଲା। ତେବେ ସମ୍ପୂର୍ଣ୍ଣ ଗୋଟିଏ ଅଣ୍ଡା ଓ ବିଶାଳ କେଶର ସମ୍ପନ୍ନ ଏହି ଅଣ୍ଡା ବାସ୍ତବରେ ବିରଳ ବୋଲି ବୈଜ୍ଞାନିକମାନେ ମତବ୍ୟକ୍ତ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories