www.samajalive.in
Monday, December 8, 2025
20.1 C
Bhubaneswar

ବିହାର ଆସନ ଭାଗବଣ୍ଟା ଚୂଡ଼ାନ୍ତ!

ପାଟନା: ଆଗାମୀ ସାଧାରଣ ନିର୍ବାଚନ ପାଇଁ ବିହାରରେ ବିଜେପି ଓ ଜେଡିୟୁ ମଧ୍ୟରେ ଆସନ ବୁଝାମଣା ଚୂଡ଼ାନ୍ତ ହୋଇଥିବା ଜଣାପଡ଼ିଛି। ବିଶ୍ୱସ୍ତ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, ୪୦ ଆସନ ବିଶିଷ୍ଟ ବିହାର ଲୋକସଭା ଆସନରେ ବିଜେପି ୧୭ଟି, ଜେଡିୟୁ ୧୬ଟି ଆସନରେ ଲଢ଼ିବେ। ବାକି ୭ଟି ଆସନ ମଧ୍ୟରୁ ରାମବିଳାସ ପାଶୱାନ୍‍ଙ୍କୁ ୫ଟି ଓ ଉପେନ୍ଦ୍ର ଖୁଶ୍‍ୱାଙ୍କ ଦଳକୁ ୨ଟି ଆସନ ମିଳିବ। ଗତ ସେପ୍ଟେମ୍ବର ମାସରେ ଆସନ ବୁଝାମଣା ଦିଲ୍ଲୀରେ ଚୂଡ଼ାନ୍ତ ହୋଇଥିବା ବେଳେ ଆସନ୍ତା ସପ୍ତାହରେ ଏ ସମ୍ପର୍କରେ ବିଧିବଦ୍ଧ ଘୋଷଣା ହୋଇପାରେ ବୋଲି କୁହାଯାଉଛି।
ସୂଚନାଯୋଗ୍ୟ, ବିହାରରେ ଲୋକସଭା ଆସନ ଭାଗବଣ୍ଟା ନେଇ ଏନ୍‍ଡିଏର ଦୁଇ ଦଳ ବିଜେପି ଓ ଜେଡିୟୁ ମଧ୍ୟରେ ମତାନ୍ତର ଚାଲିଥିଲା। ୨୦୧୪ ନିର୍ବାଚନରେ ବିଜେପି ଏକାକୀ ୨୨ଟି ଆସନରେ ଜିତିଥିବା ବେଳେ ଜେଡିୟୁ ମାତ୍ର ୨ଟି ଆସନରେ ବିଜୟ ହାସଲ କରିପାରିଥିଲା। ତେଣୁ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ୨୦ଟି ଆସନ ଦାବି କରୁଥିଲା। ଅପରପକ୍ଷରେ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ବିଜେପି ଓ ଜେଡିୟୁ ସମାନ ସଂଖ୍ୟକ ଆସନରୁ ଲଢ଼ିବା ପାଇଁ ପ୍ରସ୍ତାବ ଦେଇ ଆସୁଥିଲେ। ଦୀର୍ଘ ଦିନ ଧରି ଏଭଳି ମତାନ୍ତର ଲାଗି ରହିବା ପରେ ନୂଆଦିଲ୍ଳୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ଅଧ୍ୟକ୍ଷ ଅମିତ ଶାହା ଓ ଜେଡିୟୁ ମୁଖ୍ୟ ନୀତୀଶ କୁମାରଙ୍କ ମଧ୍ୟରେ ଆପୋସ ଆଲୋଚନା ପରେ ଆସନ ବୁଝାମଣା ଚୂଡ଼ାନ୍ତ ହୋଇଥିବା କୁହାଯାଉଛି।
ଏହି ଆସନ ବୁଝାମଣା ଅନୁଯାୟୀ ବିଜେପି ଚଳିତ ଲୋକସଭା ନିର୍ବାଚନ ତୁଳନାରେ ୫ଟି ଆସନ କମ୍‍ ପାଇବ। ସେହିପରି ଲୋକସଭାରେ ବର୍ତ୍ତମାନର ସ୍ଥିତିକୁ ଦେଖିଲେ ରାମବିଳାସ ପାଶ୍‍ୱାନ୍‍ ଓ ଖୁସ୍‍ୱାଙ୍କ ଦଳ ମଧ୍ୟ ଗୋଟିଏ ଲେଖାଏଁ ଆସନ ହରାଇବେ।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories