www.samajalive.in
Thursday, December 11, 2025
26.1 C
Bhubaneswar

ଫେସ୍‍ବୁକ୍‍ ପୋଷ୍ଟ ପାଇଁ କଂଗ୍ରେସ କର୍ମୀଙ୍କୁ ହତ୍ୟା

ମୁମ୍ବଇ : ମୁମ୍ବଇରେ ସୋମବାର ଜଣେ କଂଗ୍ରେସ କର୍ମୀଙ୍କୁ ଛୁରି ଭୁଷି ହତ୍ୟା କରାଯାଇଛି। ଏକ ଫେସ୍‍ବୁକ୍‍ ପୋଷ୍ଟ ପାଇଁ କଂଗ୍ରେସ କର୍ମୀ ଜଣଙ୍କୁ ବିଜେପି ଗୁଣ୍ଡାମାନେ ହତ୍ୟା କରିଥିବା ମହାରାଷ୍ଟ୍ର କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ମୃତକଙ୍କ ନାମ ମନୋଜ ଦୁବେ ଓ ବୟସ ୪୫ ବର୍ଷ ବୋଲି ଚିହ୍ନଟ କରାଯାଇଛି।
ପୁଲିସ୍‍ ଅଧିକାରୀଙ୍କ ସୂଚନା ଅନୁସାରେ ରବିବାର ରାତି ପ୍ରାୟ ସାଢେ ୧ଟା ବେଳେ ୨ରୁ ୩ ଜଣ ଦୁର୍ବୃତ୍ତ ମନୋଜ ଦୁବେଙ୍କୁ ଛୁରି ଭୁଷି ରାସ୍ତା କଡ଼ରେ ପକାଇ ଦେଇଥିଲେ। ପୁଲିସ୍‍ ତାଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ନେଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍‍ ଏହି ଘଟଣାରେ ସୂରଜ ସିଂହ ନାମକ ଜଣେ ବିଜେପି କର୍ମୀଙ୍କୁ ଖୋଜୁଛି।
ମହାରାଷ୍ଟ୍ର କଂଗ୍ରେସର ଅଭିଯୋଗ ଅନୁସାରେ ମନୋଜ ନିଜ ଫେସ୍‍ବୁକ୍‍ରେ ଏକ ରାଜନୈତିକ ଲେଖା ପୋଷ୍ଟ କରିଥିଲେ। ଏହାକୁ ନେଇ ତାଙ୍କୁ ବିଜେପି ଗୁଣ୍ଡାମାନେ ହତ୍ୟା କରିଛନ୍ତି। ତେବେ ହତ୍ୟାର ସଠିକ କାରଣ ଜଣାପଡିନାହିଁ ବୋଲି ପୁଲିସ୍‍ ପକ୍ଷରୁ କୁହାଯାଇଛି। ପୁଲିସ୍‍ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ମନୋଜ ଏବଂ ଅଭିଯୁକ୍ତଙ୍କ ବାଇକ୍‍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବଚସା ଓ ପରେ ହାତାହାତି ହୋଇଥିଲା। ଗଣ୍ଡଗୋଳ ବେଳେ ଅଭିଯୁକ୍ତମାନେ ମନୋଜଙ୍କ ପେଟ ଓ ଛାତିକୁ ଛୁରିରେ ଆକ୍ରମଣ କରିଥିଲେ। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ୍‍ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍‍ ଯାଞ୍ଚ କରୁଛି।

Hot this week

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

Related Articles

Popular Categories