www.samajalive.in
Monday, December 8, 2025
24.1 C
Bhubaneswar

ଗାଲିଚା ରପ୍ତାନୀକାରୀଙ୍କ ସହାୟତା ପାଇଁ ସରକାର ସମସ୍ତ ସୁବିଧା ଯୋଗାଇଦେବେ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଗାଲିଚା ରପ୍ତାନୀକାରୀ ମାନଙ୍କ ସହାୟତା ପାଇଁ ସରକାର ସମସ୍ତ ପ୍ରକାରର ସୁବିଧା ଯୋଗାଇଦେବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ରବିବାର ସଂଧ୍ୟାରେ ଭିଡ଼ିଓ କନ୍‍ଫରେସିଂ ମାଧ୍ୟମରେ ବାରାଣାସୀରେ ଅନୁଷ୍ଠିତ ଗାଲିଚା ପ୍ରଦର୍ଶନୀରେ ଉଦ୍‍ବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି ଗାଲିଚା ଉତ୍ପାଦନକାରୀମାନଙ୍କ ପାଇଁ ଗୋଦାମ ଓ ଶୋ’ରୁମ୍‍ ଯୋଗାଇବା ସକାଶେ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି। ଉତ୍ତମମାନର ଗାଲିଚା ନିର୍ମାଣ ସକାଶେ ସରକାର ମଧ୍ୟ ବୈଷୟିକ ଓ ଅନ୍ୟାନ୍ୟ ସହାୟତା ଯୋଗାଇ ଦେଉଛନ୍ତି। ପ୍ରଧାନମନ୍ତ୍ରୀ ଗାଲିଚା ନିର୍ମାଣକାରୀମାନଙ୍କ ଦକ୍ଷତାର ପ୍ରଶଂସା କରି କହିଛନ୍ତି ଏହା ମେକ୍‍ ଇନ୍‍ ଇଣ୍ଡିଆ କାର୍ପେଟକୁ ଏକ ବଡ ବ୍ରାଣ୍ଡରେ ପରିଣତ କରିପାରିଛି। ସେ କହିଛନ୍ତି ଭାରତ ବିଶ୍ୱରେ ସର୍ବବୃହତ୍ତ ଗାଲିଚା ଉତ୍ପାଦନକାରୀ ଦେଶ, ଯାହା ବିଶ୍ୱବଜାରର ଶତକଡା ୩୫ଭାଗ ଚାହିଦା ପୂରଣ କରିଛି। ହସ୍ତଶିଳ୍ପ ସହ ସଂପୃକ୍ତ ଲୋକ ଓ ବୁଣାକାରମାନଙ୍କୁ ସହାୟତା କରିବା ଲାଗି ପଦକ୍ଷେପ ନିଆଯାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।
ଏହି ଅବସରରେ ଉଦ୍‍ବୋଧନ ଦେଇ ବୟନଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ ଗାଲିଚା ଉତ୍ପାଦନ କ୍ଷେତ୍ରରେ କାର୍ଯ୍ୟରତ ସମସ୍ତ ଶ୍ରମିକଙ୍କର ପିଲାମାନଙ୍କୁ ଉଚ୍ଚଶିକ୍ଷା ଯୋଗାଇବାରେ ସାହାଯ୍ୟ କରି ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନକୁ ସାକାର କରିବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଦରିଦ୍ର ହସ୍ତଶିଳ୍ପୀମାନଙ୍କ ପିଲାମାନଙ୍କର ଶିକ୍ଷା ଗ୍ରହଣ ପାଇଁ ଶତକଡା ୭୫ଭାଗ ଦରମା ପ୍ରଦାନ କରିବାକୁ ସରକାର ବ୍ୟବସ୍ଥା କରିଛନ୍ତି। ସେହି ପିଲାମାନେ ଜାତୀୟ ମୁକ୍ତ ସ୍କୁଲ ଶିକ୍ଷା ପ୍ରତିଷ୍ଠାନ ଓ ଇନ୍ଦିରାଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟରେ ନାମ ଲେଖି ଏହି ସଫଳତା ଲାଭ କରିପାରିବେ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories