www.samajalive.in
Tuesday, December 9, 2025
16.1 C
Bhubaneswar

ନିଖୋଜର ୪ ଦିନପରେ ଯୁବକଙ୍କ ମୃତ୍ୟୁ ଦେହ ଠାବ

କାଶିପୁର : ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ପୋଡାପାଡି ପଞ୍ଚାୟତ ବନ୍ଧପଦର ଗ୍ରାମର ପହିଲି ମାଝି ଚାରିଦିନ ହେଲା ନିଖୋଜ ଥିଲେ। ପହିଲି ମାଝି ବୁଧବାର  ଦଶହରା ଦିନ କେଉଁ ଆଡେ ପଳାଇ ଯାଇଥିଲେ। ଗୋଟିଏ ଦିନ ଅପେକ୍ଷା କରିବା ପରେ ପହିଲି ମାଝିଙ୍କ  କୌଣସି ଖଵର ନ ମିଳିବାରୁ ଗୁରୁବାର ଦିନ ତାଙ୍କ ପରିବାର ଆସି ଟିକିରି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଏହା ପରେ ଟିକିରି ପୁଲିସ ପକ୍ଷରୁ ଖୋଜାଖୋଜି କରାଯାଇଥିଲେ ମଧ୍ୟ କୌଣସି ଖବର ମିଳିପାରିନଥିଲା । ତାଙ୍କ ପରିବାର ଲୋକେ ମଧ୍ୟ ନିଜ ସଂପର୍କୀୟଙ୍କ ଘରକୁ ମଧ୍ୟ ଫୋନ କରି ପଚାରି ଥିଲେ କିନ୍ତୁ କୌଣସି ଖବର ମିଳିପାରିନଥିଲା ନଥିଲା । ଶନିବାର କୌଣସି ଏକ ଯୁବକ ପୋଖରୀରେ ଏକ ବସ୍ତାରେ କିଛି ଗୋଟିଏ ପଡିଥିବା ଦେଖିବା ସହ ଅଳ୍ପ କିଛି ମୁଣ୍ଡ ଦେଖା ଯାଉଥିଲା। ପରେ ସେହି ଗ୍ରାମର କିଛି ଲୋକ ଟିକିରି ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ପ୍ରଥମେ ସେହି ବସ୍ତା ଦେଖିବା ପରେ ଦମକଳ ବାହୀନିକୁ ଫୋନ କରିଥିଲେ । ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ବସ୍ତାକୁ କାଢିବା ବେଳେ ସେହି ବସ୍ତା ସହ ପଥର ବାନ୍ଧି ପୋଖରୀ ଭିତରକୁ ପକାଇ ଦେଇଥିବା ଜଣାପଡିଛି । ଘଟଣାା ତଦନ୍ତ ଆରମ୍ଭ କରାଯାଇଛି ଓ ପରେ ସଷ୍ଟ ଭାବେ ଜଣାପିଡିବ ବୋଲି ଥାନା ଅଧିକାରୀ କହିଛନ୍ତି

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories