ରେଢ଼ାଖୋଲ : ବୁଧବାର ରାତିରେ ରେଢ଼ାଖୋଲ ବନ ବିଭାଗ ଚଢଉ କରି ୨ କେଜି ବାରହା ମାଂସ ସହିତ ଏକ ଦେଶୀ ବନ୍ଧୁକ ଜବତ କରି ଦୁଇଜଣ ଶିକାରୀଙ୍କୁ ଗିରଫ କରିଛି। ଗିରଫ ଶିକାରୀ ମାନେ ହେଲେ ଏହି ରେଂଜ ଅନ୍ତର୍ଗତ ବଡମାଳ ଗ୍ରାମର ନିରଂଜନ ମାଝି(୪୫) ଓ ଯୋଶେଫ ଟପୋ(୨୯)। ସୁଚନା ମତେ ବନଖଣ୍ଡର ହାତୀଧରା ସଂରକ୍ଷିତ ବ୍ରାହ୍ମଣୀ ଜଂଗଲରେ କିଛି ଶିକାରୀ ଅବାଧରେ ବନ୍ୟଜନ୍ତୁ ଶିକାର କରୁଥିବା ନେଇ ଡିଏଫଓ ରମାକାନ୍ତ ନାଏକ କୌଣସି ସୁତ୍ରରୁ ଖବର ପାଇଥିଲେ। ତାଙ୍କ ନିର୍ଦ୍ଦେଶ କ୍ରମେ ରେଢ଼ାଖୋଲ ରେଂଜ ଅଧିକାରୀ ମୈତ୍ରୀ ମନଜିତ ବିଶ୍ୱାଳ,ଫରେଷ୍ଟର ସୈନ୍ଦ୍ରୀ ସାହୁଙ୍କ ସମେତ ବନ କର୍ମଚାରୀ ମାନେ ବଡମାଳ ଗ୍ରାମରେ ଚଢଉ କରି ତାଙ୍କ ନିକଟରୁ ବାରହା ମାଂସ ଓ ଦେଶୀ ବନ୍ଧୁକ ଜବତ କରିବା ସହ ୨ ଜଣ ଶିକାରୀଙ୍କୁ ଗିରଫ କରିଥିଲେ। ଏନେଇ ବନ ବିଭାଗ ଏକ ମାମଲା ରୁଜୁ କରି ଗୁରୁବାର ଅଭିଯୁକ୍ତ ଦ୍ୱୟଙ୍କୁ ଅଦାଲତ ଚାଲାଣ କରିଥିବା ଜଣାପଡିଛି।
Popular Categories



