www.samajalive.in
Tuesday, December 9, 2025
16.1 C
Bhubaneswar

ଏନଏସଏସ ସ୍ୱେଚ୍ଛାସେବୀଙ୍କ ସଫେଇ କାର୍ଯ୍ୟକ୍ରମ

ତିଗିରିଆ: ତିଗିରିଆ ନିଜିଗଡ଼ସ୍ଥିତ ପ୍ରସନ୍ନ ପୁରୁଷୋତ୍ତମ ଦେବ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ବିଭାଗର ସ୍ୱେଚ୍ଛାସେବୀଙ୍କ ପକ୍ଷରୁ ବାଣୀବିହାର କ୍ୟାମ୍ପସରେ ଏକ ସଫେଇ କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଉତ୍କଳ ବିଶ୍ୱ ବିଦ୍ୟାଳୟ ଜାତୀୟ ସେବା ଯୋଜନା ପରିଷଦ ପକ୍ଷରୁ ଏହି ମହାବିଦ୍ୟାଳୟରୁ ୧୦ଜଣ ପୁରୁଷ ଓ ମହିଳା ବିଭାଗର ସ୍ୱେଚ୍ଛାସେବୀ ମନୋନୀତ ହୋଇ ଏହି ମେଗା ସଫେଇ କାର୍ଯ୍ୟକ୍ରମ କରିଥିଲେ । ଶିକ୍ଷାର୍ଥୀ ଜୀବନରେ ଅଧ୍ୟୟନ ସହିତ ଶ୍ରମଦାନ ତଥା ଗୋଷ୍ଠୀ ଜୀବନରେ ଅଂଶ ଗ୍ରହଣ ପ୍ରକ୍ରିୟାରେ ସେମାନେ ପରିଷଦ କର୍ତ୍ତୃପକ୍ଷଙ୍କର ପ୍ରଶଂସା ଭାଜନ ହୋଇଥିଲେ । ଏହି ଦଶଜଣ ସ୍ୱେଚ୍ଛାସେବୀ ମହାବିଦ୍ୟାଳୟ ଏନଏସଏସ (ସଂଯୁକ୍ତ ବିଭାଗ) ଅଧିକାରୀ ଡଃ ପତିତପାବନ ପଣ୍ଡାଙ୍କ ତତ୍ତ୍ୱାବଧାନରେ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories