ପୂଜା ପାଇଁ ସକ୍ରିୟ ରହିଛି ପୁଲିସ; ୪୦ଲକ୍ଷ ଟଙ୍କାର ଧଳାଜହର ଜବତ
ଭୁବନେଶ୍ୱର: ରାଜଧାନୀରେ ଲମ୍ବୁଛି ନିଶା କାରବାରର ଚେର । ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାରୁ ୩ଜଣ ଧଳାଜହର ବେପାରୀ ଗିରଫ ହୋଇଛନ୍ତି । ଏନେଇ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ଦିଆଯାଇଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ମାନଙ୍କ ଠାରୁ ୪ଶହ ଗ୍ରାମ୍ ଧଳାଜହର ଜବତ ହୋଇଛି । ଜବତ ଧଳାଜହରର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।
ପାର୍ବଣ ଋତୁ ଆସୁଥିବାରୁ ସକ୍ରିୟ ରହିଛି କମିଶନରେଟ୍ ପୁଲିସ । ନିଶା ବିରୋଧୀ ଅଭିଯାନକୁ ଜୋରଦାର କରାଯାଉଛି । ରାଜଧାନୀ ଭୁବନେଶ୍ୱର ଓ କଟକରେ ନିଶା କାରବାର କମ୍ କରିବାକୁ ଉଦ୍ୟମ ଜାରି ରଖିଥିବା କହିଛନ୍ତି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ୨୦୨୧ରୁ ଆରମ୍ଭ ହୋଇଥିବା ସ୍ପେଶାଲ ଡ୍ରାଇଭ୍ ଏବେ ବି ଜାରି ରହିଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସିପି ସୂଚନା ଦେଇଛନ୍ତି ।
Comments are closed.