ତିତଲିରେ ୬୧ ଜଣଙ୍କ ମୃତ୍ୟୁ; ମୁଖ୍ୟ ଶାସନ ସଚିବ
ଭୁବନେଶ୍ବର: ତିତଲି ବାତ୍ୟା ଓ ବନ୍ୟା ପ୍ରଭାବରେ ବର୍ତ୍ତମାନ ସୁଦ୍ଧା ୬୧ ଜଣଙ୍କ ମୃତ୍ୟୁ ଘଟିଥିବା ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ସୂଚନା ଦେଇଛନ୍ତି । ଅନ୍ୟ ୧୧ ଜଣଙ୍କ ମୃତ୍ୟୁ ବିଷୟରେ ଯାଞ୍ଚ ଚାଲିଛି । ସେମାନଙ୍କ ମଧ୍ୟରୁ ୩ ଜଣ ମତ୍ସଜୀବୀ ଥିବା ଜଣାପଡିଛି। ସୋରଡାରୁ ଦାରିଙ୍ଗିବାଡି ରାସ୍ତା ବ୍ୟତିତ ସବୁ ରାସ୍ତା ମରାମତି ଶେଷ ହୋଇଛି । ସହରାଞ୍ଚଳରେ ପାନୀୟ ଜଳ ଯୋଗାଣ ସ୍ବାଭାବିକ ହୋଇଛି । ଗ୍ରାମାଞ୍ଚଳରେ ୬୫୦ରୁ ୫୭୦ ଗାଁକୁ ପାନୀୟ ଜଳ ଯେଗାଣ ସ୍ବାଭାବିକ ହୋଇଛି । ନଳ କୂପ ମରାମତି ହେବା ସହ ଆସନ୍ତା ୨୨ ତାରିଖ ସୁନ୍ଧା ୯୦% ବିଦ୍ୟୁତ୍ କାମ ସରିବ । ପ୍ରଭାବିତ ଅଞ୍ଚଳରେ ୫୦ କେଜି ଲେଖାଏଁ ଚାଉଳ ଦିଆଯାଇଛି । ଗଜପତିରେ ୧୧ କୋଟିର ନଗଦ ଟଙ୍କା ବଣ୍ଟା ହୋଇଥିବା ବେଳେ ଗଞ୍ଜାମ ଜିଲାରେ ନଗଦ ଟଙ୍କା ବଣ୍ଟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କ୍ଷୟକ୍ଷତି ନେଇ କେନ୍ଦ୍ରକୁ ପ୍ରାରମ୍ଭିକ ରିପୋର୍ଟ ଦିଆଯାଇଛି ବୋଲି ସଚିବାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢୀ ସୂଚନା ଦେଇଛନ୍ତି ।