www.samajalive.in
Monday, December 8, 2025
20.1 C
Bhubaneswar

ନକଲି ଔଷଧ କାରବାର : ଆଉ ୨୦ଲକ୍ଷର ଟଙ୍କାର ଜବତ

କଟକ : ନକଲି ଔଷଧର କାରବାର ଘଟଣା‌େର ପୁଲିସ ଓ ଡ୍ରଗ୍ସ ନିୟନ୍ତ୍ରଣ ବିଭାଗ ପକ୍ଷରୁ ତଦନ୍ତକୁ ଜୋରଦାର କରାଯାଇଛି। ନୟାସଡକ ଅଞ୍ଚଳରେ ଗୁରୁବାର କଟକ ଡ୍ରଗ୍ସ ବିଭାଗ ପକ୍ଷରୁ ୩ଟି ଔଷଧ ଦୋକାନ ଓ ଷ୍ଟକିଷ୍ଟରେ ଚଢଉ କରାଯାଇଥିଲା। ସେଠାରୁ ବିପୁଳ ପରିମାଣର ନକଲି ଟେଲମା-୪୦ ଓ ଟେଲମା-ଏମ୍‌ ଜବତ ହୋଇଥିବା ଜଣାପଡିଛି। ଏହାର ଆନୁମାନିକ ମୂଲ୍ୟ ୨୦ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନକଲି ଔଷଧ କାରବାରର ଚେର ଖୋଜିବା ଲାଗି ଜିଲା ଡ୍ରଗ୍ସ ନିୟନ୍ତ୍ରଣ ବିଭାଗର ୨ଜଣିଆ ଦଳ ଶୁକ୍ରବାର ଗୟା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ସେମାନେ ପୁଲିସକୁ ତଦନ୍ତ କ୍ଷେତ୍ରରେ ସହାୟତା କରିବା ସହ କେତେକ ଗୋଦାମରେ ଔଷଧର ମାନ ଯାଞ୍ଚ କରିବେ ବୋଲି ଜଣାପଡିଛି। ନକଲି ଔଷଧ କାରବାର ଘଟଣାରେ ପୁରୀଘାଟ
ଥାନା ପୁଲିସ ପୂଜା ଏଣ୍ଟରପ୍ରାଇଜର୍ସର ସଞ୍ଜୟ ଜଲାଲ ଓ ଭିଆର ଡ୍ରଗ୍ସ ଏଜେନ୍ସିର ରାହୁଲ କ୍ୟାଲଙ୍କୁ ଗିରଫ କରିଥିଲା। ଦୁଇ ଅଭିଯୁକ୍ତଙ୍କୁ ଜେରା ବେଳେ କାରବାର ସମ୍ପର୍କୀତ ଅନେକ ତଥ୍ୟ ପୁଲିସର ହସ୍ତଗତ ହୋଇଥିଲା। ସେମାନଙ୍କଠାରୁ ୨୦ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ନକଲି ଟେଲମା-୪୦ ଓ ଟେଲମା-ଏମ ଔଷଧ ଜବତ କରିଥିଲା। ପୁଲିସ ମହତାବ ରୋଡ ସ୍ଥିତ ଏକ ଟ୍ରାନ୍ସପୋର୍ଟ ସଂସ୍ଥାରୁ ୩ ଲକ୍ଷ ଟଙ୍କାର ଟେଲମା-୪୦ ନକଲି ଔଷଧ ଜବତ କରିଥିଲା। ନୟାସଡକ ଅଞ୍ଚଳରେ ବିପୁଳ ପରିମାଣର ନକଲି ଷ୍ଟକ୍‌ ମହଜୁତ୍‌ ଥିବା ଜଣାପଡିବା ପରେ ଜିଲା ଡ୍ରଗ୍ସ ନିୟନ୍ତ୍ରଣ ବିଭାଗର ଏକ ଟିମ୍‌ ଚଢାଉ କରି ସମସ୍ତ ନକଲି ଔଷଧ ଜବତ କରିଛି।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories