www.samajalive.in
Tuesday, December 9, 2025
17.1 C
Bhubaneswar

କାର୍‌ ଟାୟାର, କପଡ଼ା ଓ ସମୁଦ୍ରର ଲହରୀରୁ ଉତ୍ପାଦନ ହେବ ବିଦ୍ୟୁତ୍‌ !

ନୂଆଦିଲ୍ଲୀ: ବର୍ତ୍ତମାନ ବିଜ୍ଞାନ ଅନେକ ଅଗ୍ରଗତି କରିଛି । ଡିଜିଟାଲ ଦିଗ ଆଡ଼କୁ ମୁହାଁଉଛି ମଣିଷ ସମାଜ । ପେଟ୍ରୋଲ ଡିଜେଲକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଇ-ବାଇକ୍‌, ଇ-କାର୍‌ ପରି ଯାନବାହାନ ଚଳାଚଳ ପାଇଁ ମଣିଷ ପ୍ରସ୍ତୁତ ହେଉଥିବା ବେଳେ, ବର୍ତ୍ତମାନ ବୈଦ୍ୟୁତିକ କ୍ଷେତ୍ର ମଧ୍ୟମରେ ଆଉ ପଦେ ଆଗେଇଛି ମଣିଷ ।

କାରଣ ଏବେ କପଡ଼ା, ସମଦ୍ରର ଲହରୀ ଓ କାର୍‌ ଟାୟାରରୁ ବିଦ୍ୟୁତ୍‌ ଉତ୍ପାଦନ କରାଯିବ । ଏକ ନୂତନ ଟେକ୍ନୋଲୋଜି ଦ୍ୱାରା ଏହା ପ୍ରସ୍ତୁତ କରାଯିବା ନେଇ କିଛି ଉଦ୍ଭାବକ ତାଙ୍କର ପ୍ରତିକ୍ରିୟା ରଖିଥିବା ଜଣାପଡ଼ିଛି । କୁହାଯାଉଛି କି, ବିଦ୍ୟୁତ୍‌ ଉତ୍ପାଦନ ଲାଗି ଏକ ନୂତନ ଟେକ୍ନୋଲୋଜି ପ୍ରସ୍ତୁତ ହେଉଛି । ଯାହାର ନାଁ ଡିଷ୍ଟ୍ରିବ୍ୟୁଟେଡ୍‌ ଏମ୍ବେଡେଡ୍ ଏନର୍ଜି କନଭର୍ଟର ଟେକ୍ନୋଲୋଜି ବା ଡିଇଇସି-ଟେକ୍‌ । ଖାଲି ସେତିକି ନୁହେଁ ଏହାକୁ ଡେକ୍‌-ଟେକ୍‌ ମଧ୍ୟ କୁହାଯାଇଥାଏ ।

- Advertisement -

ଯାହା ଫଳରେ ସମୁଦ୍ର ଓ ନଦୀର ତରଙ୍ଗ ସାହାଯ୍ୟରେ ସ୍ୱଚ୍ଛ ଶକ୍ତି ଉତ୍ପନ୍ନ କରିହେବ । ଏହି ବିଦ୍ୟୁତକୁ ଦୈନନ୍ଦିନ କାର୍ଯ୍ୟରେ ଉପଯୋଗ କରିହେବ ।  ଏହାକୁ ନେଇ ନ୍ୟାସନାଲ ରିନ୍ୟୁଆଲ୍ ଏନର୍ଜି ଲାବୋରେଟୋରୀ ବା ଏନଆରଇଏଲର ସିନିୟର ଇଞ୍ଜିନିୟର ବ୍ଲେକ୍ ବୋରେନ୍‌ ତାଙ୍କର ମତ ରଖିଛନ୍ତି । ସେ କହିଛନ୍ତି ଏହି ଟେକ୍ନୋଲୋଜିର ଅଭିବୃଦ୍ଧି ହେବାର ସମ୍ଭାବନା ରହିଛି । ଏହା ସମୁଦ୍ରରୁ ସୃଷ୍ଟି କରାଯାଉଛି । ଏଥିରେ କପଡ଼ା ଓ କାରର ଟାୟାର ବ୍ୟବହାର କରାଯିବ । ଏହି ପେଟେଣ୍ଟ ଦର୍ଶାଉଛି, ଆମେ ଏକ ଭଲ ଅନୁସନ୍ଧାନ କ୍ଷେତ୍ରରେ ସଠିକ୍ ଦିଗରେ ଗତି କରୁଛୁ ।

ବୋରେନ ଆହୁରି କହିଛନ୍ତି କି, ସାମୁଦ୍ରିକ ଶକ୍ତିକୁ ବ୍ୟବହାର ଯୋଗ୍ୟ ଶକ୍ତିରେ ପରିଣତ କରାଯାଇପାରିବ । ଆଉ ଏଥିପାଇଁ ଡେକ୍-ଟେକ୍ ଗବେଷକ ମାନଙ୍କୁ ଏକ ନୂତନ ଆଭିମୁଖ୍ୟ ପ୍ରଦାନ କରିବ । କପଡା, ସପୋର୍ଟ ଷ୍ଟ୍ରକଚର ଏବଂ ଆହୁରି ଅନେକ ତିଆରି କରିବା ପାଇଁ ଛୋଟ ଶକ୍ତି କନଭର୍ଟରଗୁଡ଼ିକୁ ଏକତ୍ର କରାଯାଇପାରେ ବୋଲି ଏନଆରଇଏଲର ସିନିୟର ଇଞ୍ଜିନିୟର ବ୍ଲେକ୍ ବୋରେନ୍‌ କହିଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories