www.samajalive.in
Monday, December 8, 2025
27.1 C
Bhubaneswar

ପିଏନ୍‍ବି ମହାଠକେଇ : ଚୋକ୍‍ସିଙ୍କ ସମ୍ପତ୍ତି ଜବତ କଲା ଇଡି

ନୂଆଦିଲ୍ଲୀ : ଏକ ଗୁରୁତ୍ୱପୂୂର୍ଣ୍ଣ ଘଟଣାକ୍ରମେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଆଜି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‍ବି) ମହାଠକେଇ ଘଟଣାର ମୁଖ୍ୟ ଅଭିଯୁକ୍ତ ନିରବ ମୋଦିଙ୍କ ମାମୁ ମେହୁଲ ଚୋକ୍‍ସି ଏବଂ ଅନ୍ୟମାନଙ୍କର ୨୧୩ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତିକୁ ଜବତ କରିଛି। ଅଭିଯୁକ୍ତମାନଙ୍କର ଦେଶ ତଥା ବିଦେଶରେ ରହିଥିବା ସମସ୍ତ ସମ୍ପତ୍ତିକୁ ପ୍ରିଭେନ୍‍ସନ୍‍ ଅଫ୍‍ ମନି ଲଣ୍ଡରିଂ ଆଇନ (ପିଏମ୍‍ଏଲ୍‍ଏ) ଅଧିନରେ ଜବତ କରିବାକୁ ତଦନ୍ତକାରୀ ଏଜେନ୍ସିର ମୁମ୍ବଇସ୍ଥିିତ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ୩ଟି ନିର୍ଦେଶନାମା ଜାରି କରାଯାଇଥିଲା। ତେବେ ଏହି ସମ୍ପତ୍ତି ଜବତ କରାଇବା ନିର୍ଦେଶନାମା ଚୋକ୍‍ସି, ନିରବଙ୍କ ଘନିଷ୍ଠ ସହଯୋଗୀ ମିହିର ଭନ୍‍ସାଲି ଏବଂ ଏ.ପି. ଜେମ୍ସ ଆଣ୍ଡ୍‍ ଜୁଏଲେରୀ ପାର୍କ ନାମକ ଏକ କମ୍ପାନୀ ବିରୋଧରେ ଦିଆଯାଇଥିôବା ଜଣାଯାଇଛି। ଜବତ ହୋଇଥିବା ଏହି ସମ୍ପତ୍ତିର ମୋଟ ମୂଲ୍ୟ ୨୧୮.୪୬ କୋଟି ଟଙ୍କା ହେବ ବୋଲି ଇଡିର ଜଣେ ଅଧିକାରୀ କହିଛନ୍ତି। ସୂଚନାଯୋଗ୍ୟ, ନିକଟରେ ଏହି ମାମଲାରେ ଇଣ୍ଟରପୋଲ୍‍ ଭନ୍‍ସାଲିିଙ୍କ ବିରୋଧରେ ରେଡ୍‍ କର୍ଣ୍ଣର ନୋଟିସ୍‍ ଜାରି କରିଛି।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories