www.samajalive.in
Monday, December 8, 2025
27.1 C
Bhubaneswar

ଦେଶରେ ୯୨% ମହିଳାଙ୍କ ଦରମା ୧୦ ହଜାରରୁ କମ୍‍: ରିପୋର୍ଟ

ନୂଆଦିଲ୍ଲୀ : ଭାରତରେ ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନରେ କାର୍ଯ୍ୟରତ ୯୨% ମହିଳାଙ୍କ ମାସିକିଆ ଦରମା ୧୦,୦୦୦ ଟଙ୍କାରୁ କମ୍‍ ବୋଲି ଏକ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷନ ରିପୋର୍ଟରୁ ଜଣାପଡ଼ିଛି। ସେହିପରି ଦେଶର ୮୨% ପୁରୁଷଙ୍କ ମାସିକିଆ ଦରମା ୧୦,୦୦୦ରୁ କମ୍‍ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।
ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ସତତ ରୋଜଗାର କେନ୍ଦ୍ର ପକ୍ଷରୁ ଶ୍ରମ ବ୍ୟୁରୋର ପଞ୍ଚ ବାର୍ଷିକ ରୋଜଗାର ଏବଂ ବେରୋଜଗାର ସର୍ବେକ୍ଷଣ (୨୦୧୫-୨୦୧୬) ତଥ୍ୟ ଆଧାରରେ ‘ଷ୍ଟେଟ୍‍ ଅଫ ୱାର୍କିଂ ଇଣ୍ଡିଆ-୨୦୧୮’ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଏଥିରେ ଦେଶର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ କାର୍ଯ୍ୟରତ ମହିଳା ଓ ପୁରୁଷଙ୍କ ଦରମା ଓ ସଞ୍ଚୟ ଆଦିର ଅନୁଧ୍ୟାନ କରାଯାଇଛି।
ରିପୋର୍ଟ ଅନୁସାରେ ୨୦୧୫ରେ ଜାତୀୟସ୍ତରରେ ୬୭% ପରିବାରର ମାସିକ ଆୟ ୧୦,୦୦୦ ଟଙ୍କା ଥିଲା। ସପ୍ତମ କେନ୍ଦ୍ରୀୟ ବେତନ ଆୟାଗ (ସିପିସି) ପ୍ରତି ମାସର ସର୍ବନିମ୍ନ ବେତନ ୧୮,୦୦୦ ଟଙ୍କା କରିବା ପରେ ବି ଏତେ ପରିମାଣର ଲୋକଙ୍କ ଦରମା ୧୦,୦୦୦ ଟଙ୍କା ଓ ତାଠୁ କମ୍‍ ରହିଛି। ଫଳରେ ଅନେକ ଲୋକଙ୍କୁ ସଠିକ୍‍ ପ୍ରାପ୍ୟ ମିଳୁନଥିବା ସ୍ପଷ୍ଟ ହୋଇଛି।
ରିପୋର୍ଟ ଅନୁଯାୟୀ ବିନିର୍ମାଣ ଓ ଉଦ୍ୟୋଗ କ୍ଷେତ୍ରରେ କାର୍ଯ୍ୟରତ ୯୦% ଶ୍ରିମକ ଧାର୍ଯ୍ୟ ସର୍ବନିମ୍ନ ମଜୁରୀଠାରୁ କମ୍‍ ଟଙ୍କା ପାଉଛନ୍ତି। ଅଣପଞ୍ଜିକୃତ ସଂସ୍ଥାର ଅବସ୍ଥା ଏହାଠାରୁ ବହୁ ଖରାପ ରହିଛି। ଅଧ୍ୟୟନ ଅନୁସାରେ ତିନି ଦଶନ୍ଧି ମଧ୍ୟରେ ଦେଶରେ ପଞ୍ଜିକୃତ ନିର୍ମାଣକାରୀ କମ୍ପାନୀଗୁଡ଼ିକରେ ଶ୍ରମିକଙ୍କ ଉତ୍ପାଦନ ଶକ୍ତି ବା ସାର୍ମଥ୍ୟ ୬% ବଢିଛି। ହେଲେ ସେମାନଙ୍କ ଦରମାରେ ମାତ୍ର ୧.୫% ବୃଦ୍ଧି ଘଟିଛି।
୨୦୧୩-୧୪ରେ ଭାରତରେ ୪.୯% ବେକାରୀ ଥିଲା ବେଳେ ଏହି ସଂଖ୍ୟା ୨୦୧୫-୧୬ରେ ବଢି ୫%ରେ ପହଞ୍ଚିଥିଲା। ଦେଶରେ ପୁରୁଷଙ୍କ ତୁଳନାରେ ଅଧିକ ମହିଳା ବେକାରୀ ଅଛନ୍ତି।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories