www.samajalive.in
Monday, December 8, 2025
17.1 C
Bhubaneswar

ମଧ୍ୟାହ୍ନ @୧୨ ମୁଖ୍ୟ ଖବର

(୧) ଜମ୍ମୁ-କାଶ୍ମୀରର ପୁଞ୍ଛ ଜିଲାରେ ବଡଧରଣର ସଡକ ଦୁର୍ଘଟଣା… ମଣ୍ଡି ତହସିଲ ନିକଟରେ ଖାଇକୁ ଖସିଲା ବସ୍‍… ୧୧ ମୃତ, ୨୫ ଆହତ… ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି… ଦୁର୍ଘଟଣାକୁ ନେଇ ଦୁଃଖପ୍ରକାଶ କଲେ ଉପରାଜ୍ୟପାଳ…  ମୃତକଙ୍କ ପରିବାର ପାଇଁ ଘୋଷଣା ହେଲା ୫ଲକ୍ଷ ଟଙ୍କାର କ୍ଷତିପୂରଣ…

(୨) ଗୋଆରେ ଲାଗିପାରେ କଂଗ୍ରେସକୁ ବଡ଼ ଝଟକା… ବିଜେପିରେ ମିଶି ପାରନ୍ତି କଂଗ୍ରେସର ବହୁ ବରିଷ୍ଠ ବିଧାୟକ… ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗମ୍ବର କାମତ ମଧ୍ୟ ହୋଇପାରନ୍ତି ସାମିଲ… ହାତଛାଡ଼ି ପଦ୍ମ ପୋଖରୀ ମୁହାଁ ଗୋଆର ୮ ବିଧାୟକ… ଏନେଇ ବୈଠକ ବସିଥିବା ସୂଚନା…

- Advertisement -

(୩) ରାଜ୍ୟରେ ପୁଣି ବଢ଼ିଲା କରୋନା ସଂକ୍ରମଣ… ଗତକାଲି ତୁଳନାରେ ଆଜି ରହିଛି ୧୦୧ ଅଧିକ ପଜିଟିଭ୍‌… ଗୋଟିଏ ଦିନରେ ଚିହ୍ନଟ ହେଲେ ଆଉ ୨୬୦ କରୋନା ଆକ୍ରାନ୍ତ… ସୁସ୍ଥ ହେଲେ ୩୫୩ ସଂକ୍ରମିତ…  ରାଜ୍ୟରେ ମୋଟ୍‌ ସକ୍ରିୟ କରୋନା ମାମଲା ୧୬୭୪ ରହିଛି…

ମାଲିକର ମୃତ୍ୟୁ ପରେ ଶ୍ମଶାନରେ ବାଛୁରୀ; କୋକେଇକୁ ଛୁଇଁଲା, ଜୁଇ ଚାରିପଟେ ବୁଲିଲା, ଦେଖନ୍ତୁ ଏହି ହୃଦୟ ବିଦାରକ ଭିଡିଓ

(୪) ଆଜି ବି ୫ ହଜାର ଉପରେ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା… ଚିହ୍ନଟ ହେଲେ ଆଉ ୫,୧୦୮ଜଣ ଆକ୍ରାନ୍ତ… କରୋନାରୁ ସୁସ୍ଥ ହେଲେ ୫,୬୭୫ ପଜିଟିଭ୍‌.. ଦେଶରେ ମୋଟ୍‌ ସକ୍ରିୟ ମାମଲା ରହିଛି ୪୫,୭୪୯…

(୫) ବିହାରର ବେଗୁସରାଇରେ ଆତଙ୍କ… ଖୁଲମଖୁଲା ଜାତୀୟ ରାଜପଥରେ ଫୁଟିଲା ଗୁଳି… ଲୋକଙ୍କ ଉପରକୁ ଗୁଳିମାଡ଼ କଲେ ୨ ବାଇକ୍‌ ଆରୋହୀ… ଘଟଣାପରେ ପୁରା ଜିଲ୍ଲାକୁ ଘେରାବନ୍ଦୀ କଲା ପୁଲିସ… ବିଜେପି କହିଲା ରାଜ୍ୟକୁ ଫେରିଛି ଜଙ୍ଗଲରାଜ…

(୬) ଦିଦିଙ୍କ ଗଡ଼ରେ ହେଉଛି କି ଦାଦାଗିରି ?… ପଶ୍ଚିମବଙ୍ଗରେ ବିଜେପି ଓ ପୁଲିସ ମୁହାଁମୁହିଁ… ବିଜେପିର ପଦଯାତ୍ରାକୁ ରୋକିବାରୁ ପୁଲିସର ପ୍ରୟାସ… ଭାରତୀୟ ଜନତା ପାର୍ଟିର ସମର୍ଥକଙ୍କୁ ପୁଲିସର ଲାଠିମାଡ଼ ସହ ଲୁହବୁହା ଗ୍ୟାସ ପ୍ରୟୋଗ… ଘଟଣାକୁ ନେଇ ତେଜିଲା ଆନ୍ଦୋଳନ…

(୭) ଆଜିଠୁ ରାଜ୍ୟରେ କମିବ ବର୍ଷା…୧୮ ତାରିଖ ବେଳକୁ ପୁଣି ବଢ଼ିବ ବର୍ଷାର ପରିମାଣ…ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା… ପ୍ରଭାବରେ ଭିଜିପାରେ ଓଡ଼ିଶା… ସୂଚନା ଦେଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର…

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories