www.samajalive.in
Tuesday, December 9, 2025
16.1 C
Bhubaneswar

ମଧ୍ୟାହ୍ନ @୧୨ ମୁଖ୍ୟ ଖବର

(୧) ଆଜିଠୁ ରାଜ୍ୟରେ କମିବ ବର୍ଷାର ପରିମାଣ… ୧୮ ତାରିଖରେ ସୃଷ୍ଟି ହୋଇପାରେ ଆଉ ଏକ ଘୂର୍ଣ୍ଣିବଳୟ… ପ୍ରଭାବରେ ରାଜ୍ୟରେ ପୁଣି ବଢ଼ିପାରେ ବର୍ଷା…. ସେପଟେ ବର୍ତ୍ତମାନ ସୁଦ୍ଧା ଚଳିତ ମୌସୁମୀ ଋତୁରେ ୧୦୮୪.୩ ମିମି ବର୍ଷା ରେକର୍ଡ… ସ୍ୱାଭାବିକ ତୁଳନାରେ ଅଧିକ ବର୍ଷିଛି ୫ ପ୍ରତିଶତ….

(୨) ଭଦ୍ରକ ଜିଲ୍ଳା ଭଣ୍ଡାରିପୋଖରୀରେ ଅଭାବନୀୟ ଘଟଣା… ଶ୍ରମିକଙ୍କ ଟେଣ୍ଟ ଉପରକୁ ମାଡ଼ିଗଲା ବାଲି ବୋଝେଇ ହାଇଓ୍ୱା… ଜଣେ ମୃତ, ଜଣେ ଗୁରୁତର … ସକାଳୁ ସକାଳୁ ଶୋଇଥିବା ବେଳେ ଘଟିଛି ଘଟଣା… ଦୁର୍ଘଟଣାସ୍ଥଳରେ ତଦନ୍ତ କରୁଛି ପୁଲିସ… ଅଟକ ରହିଛି ହାଇଓ୍ୱା ଚାଳକ…

- Advertisement -

 ପୁରୁଣା ଓଡ଼ିଆ ଗୀତରେ କୁନି ଝିଅର ସୁନ୍ଦର ଡ୍ୟାନ୍ସ; ଦେଖନ୍ତୁ ଭିଡିଓ

(୩) ତେଲେଙ୍ଗାନାର ଏକ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ… ନିଆଁରେ ଜଳି ୮ଜଣ ଜୀବନ୍ତ ଦଗ୍ଧ… ଇ-ସ୍କୁଟର ଚାର୍ଜିଂ ପଏଣ୍ଟରୁ ଲାଗିଗଲା ନିଆଁ… ଆୟତ୍ତ କଲା ଅଗ୍ନିଶମ ବାହିନୀ… ଘଟଣାକୁ ନେଇ ଦୁଃଖପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଓ ତେଲେଙ୍ଗାନା ସରକାର… ମୃତକଙ୍କ ପରିବାରକୁ ମିଳିବ ୫ଲକ୍ଷ ଟଙ୍କା କ୍ଷତିପୂରଣ…

(୪) ରାଜ୍ୟରେ ୨ଶହ ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ… ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୧୫୯ ପଜିଟିଭ୍‌… ସୁସ୍ଥ ହେଲେ ୨୦୯ ଆକ୍ରାନ୍ତ… ରାଜ୍ୟରେ ଏବେ ବି ମୋଟ୍‌ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୭୬୭ଜଣ…

(୫) ଦେଶରେ ଖସୁଛି କରୋନା ଗ୍ରାଫ୍‌… ବଢ଼ୁଛି ସୁସ୍ଥତା ସଂଖ୍ୟା… ୫ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ… ଗୋଟିଏ ଦିନରେ ଚିହ୍ନଟ ହେଲେ ଆଉ ୪ହଜାର ୩୬୯ ଆକ୍ରାନ୍ତ… ଆଜିର ସଂକ୍ରମିତଙ୍କୁ ମିଶାଇ ଦେଶରେ ମୋଟ୍‌ ସକ୍ରିୟ ଆକ୍ରାନ୍ତ ରହିଛି ୪୬ହଜାର ୩୪୭…

(୬) କେରଳରୁ ବିଜେପିକୁ ଟାର୍ଗେଟ କଲା କଂଗ୍ରେସ… ପ୍ରଧାନମନ୍ତ୍ରୀଙ୍କୁ ରାହୁଲଙ୍କ ସିଧାସିଧା ଚ୍ୟାଲେଞ୍ଜ… କହିଲେ ହିଂସା ଓ ଘୃଣାରେ ନିର୍ବାଚନ ଜିତିଲେ ହେବନାହିଁ ଦେଶର କୌଣସି ଉନ୍ନତି… ଦେଶକୁ ଏକଜୁଟ କରିବାକୁ କଂଗ୍ରେସ କରୁଛି ଭାରତ ଯୋଡ ଯାତ୍ରା…

(୭) ନକଲି ଔଷଧ କାରବାର ଘଟଣା… ସାମ୍ନାକୁ ଆସିଲେ କାରବାରର ଦୁଇ ଅଭିଯୁକ୍ତ… ଏତଲା ପରେ କଲେ ଆତ୍ମସମର୍ପଣ… ସେପଟେ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଲେ କଟକ ଡିସିପି.. କହିଲେ, ନକଲି ଔଷଧ ଚେର ଖୋଜିବାକୁ ରାଜ୍ୟ ବାହାରକୁ ଯିବ ପୁଲିସ…

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories