www.samajalive.in
Monday, December 8, 2025
27.1 C
Bhubaneswar

ଅବକାରୀ ଚଢାଉ: ଅପମିଶ୍ରିତ ମଦ ଜବତ, ୫ ଗିରଫ

ଝୁମ୍ପୁରା: ପାର୍ବଣ ଯେତିକି ପାଖେଇ ଆସୁଛି ସେତିକି ନକଲି ମଦ ବ୍ୟବସାୟ ବଢ଼ୁଥିବା ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଇବା ପରେ ଅବକାରୀ ବିଭାଗ ପକ୍ଷରୁ ନକଲି ମଦ ବ୍ୟବସାୟ କେନ୍ଦ୍ର ଉପରେ ଚଢାଉ କରି ନକଲି ମଦ ଜବତ କରାଯାଉଥିବା ଦେଖିବାକୁ ମିଳିଛି।  ଏହି କ୍ରମରେ ଅବକାରୀ ଅଧିକ୍ଷକ ନାରାୟଣ ମେହେରଙ୍କ ନର୍ଦେଶ ପାଇ ସୋମବାର ଚମ୍ପୁଆ ଅବକାରୀ ନୀରିକ୍ଷକ ଚନ୍ଦନ କୁମାର ମଣ୍ଡଳଙ୍କ ନେତୃତ୍ବରେ ସଦର ଅବକାରୀ ନୀରିକ୍ଷକ ବେଣୁଧର ସାମଲ ମିଳିତ ଭାବରେ ଚଢାଉ କରିଥିଲେ। ଝୁମ୍ପୁରା ବ୍ଲକ ବାରିଆ ଥାନା ଅନ୍ତର୍ଗତ ଉଖୁଣ୍ଡା ଗ୍ରାମର ଉଚିତ ନାଏକ(୨୨), ବୁଧୁ ଗିରି (୫୨) ତୁଫାନ ମହାନ୍ତ(୨୮), ସଦର ଥାନା ଶଙ୍କିର ଗ୍ରାମର ଗୋପାଳ ପ୍ରସାଦ(୬୫), କିଷ୍ଣା ପ୍ରସାଦ(୬୨)ଙ୍କୁ ଅବକାରୀ ପୁଲିସ କରିଥିବା ବେଳେ ଉଖୁଣ୍ଡା ବଜାରର ହୋଟେଲ ମାଲିକ ଅକ୍ଷୟ କୁମାର ଗିରି ଫେରାର ହୋଇଯାଇଥିବା ସୂଚନା ମିଳିଛି। ସେମାନଙ୍କଠାରୁ ନକଲି ଆଇଏମପିଏଲ-୩୭.୦୮୦ ଲିଟର ମଦ ଜବତ ହୋଇଥିବା ବେଳେ ୧୮୭ ଟି ନକଲି ମଦ ବୋତଲ ଠିପି ଜବତ କରାଯାଇଛି। ସେହିପରି ଅରିଜିନାଲ ୬୫.୮୮୦ ଲିଟର ମଦ ଜବତ ହେବା ସହିତ ବିଅର-୬୫.୨୦୦ ଲିଟର ଜବତ ହୋଇଛି। ସେହିପରି ଦେଶୀ ମହୁଲି ମଦ ୩୦ ଲିଟର ଜବତ କରିଥିବା ଜଣାଯାଇଛି।

ଏହି ଚଢାଉରେ ସାମିଲ ହୋଇଥିଲେ ଝୁମ୍ପୁରା ଅବକାରୀ ବିଭାଗ ଉପ ନିରିକ୍ଷକ ଗୋବିନ୍ଦ ନାଏକ, ଦିଲିପ କୁମାର ତାଣ୍ଡି, ମୋବାଇଲ ସ୍କୁାର୍ଡ ଜନାର୍ଜନ ପଲେଇ, ସହକାରୀ ଉପ ନିରିକ୍ଷକ ରଞ୍ଜନ ପାତ୍ର, ଏଏସ୍‍ଆଇ ସଦର କୃଷ୍ଣ ସେଠୀ, ସଞ୍ଜିବ ସେଠୀ, ଅଖିଳ ସର୍ଦ୍ଦାର, ଏଏସ୍‍ଆଇ ସୁରେନ୍ଦ୍ର ମହାନ୍ତ, ଆଲୋକ କୁମାର ସାହୁ, ସୁଶାନ୍ତ କୁମାର ମହାନ୍ତ, ରଶ୍ମିରେଖା ମହାନ୍ତ, ନିମତା ନାଏକ ଗୀତାଞ୍ଜଳି ଭୋଇ ପ୍ରମୁଖ ଚଢାଉରେ ସାମିଲ ଥିଲେ। ଦୀର୍ଘ ଦିନହେଲା ଚମ୍ପୁଆ ଉପଖଣ୍ଡରେ ନକଲି ମଦ କାରବାର ଅବାଧରେ ଚାଲିଥିଲେ ମଧ୍ୟ ନକଲି ମଦ ବ୍ୟବସାୟୀମାନଙ୍କୁ ଧରିବା ଦିଗରେ ଅବକାରୀ ବିଭାଗ ସଫଳ ହୋଇ ନଥିଲେ ମଧ୍ୟ ଆଜି ସଫଳ ହୋଇଥିବା ଦେଖିବାକୁ ମିଳିଛି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories