www.samajalive.in
Monday, December 8, 2025
27.1 C
Bhubaneswar

ପାକ୍‌ କ୍ରିକେଟରଙ୍କ ଦିୱାନୀ ହେଲେ ଉର୍ବଶୀ; ପ୍ରଶଂସକ ଖପ୍ପା

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ଉର୍ବଶୀ ରୌତେଲା ଆଜିକାଲି ତାଙ୍କ କ୍ରିକେଟ ପ୍ରେମକୁ ନେଇ ଚର୍ଚ୍ଚାରେ। ଏସିଆ କପରେ ଭାରତ ଏବଂ ପାକିସ୍ତାନ ଦଳ ମଧ୍ୟରେ ମ୍ୟାଚ୍ ଦେଖିବାକୁ ଉର୍ବଶୀ ଆସିଥିଲେ। ସୋସିଆଲ ମିଡିଆ ୟୁଜର୍ସଙ୍କ କହିବା କଥା, କ୍ରିକେଟର ଋଷଭ୍ ପନ୍ତ ଏବଂ ତାଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ଯୋଗୁଁ ଉର୍ବଶୀ ଭାରତ ମ୍ୟାଚ୍‌ ଦେଖିବାକୁ ଆସୁଛନ୍ତି। ସେପ୍ଟେମ୍ବର ୪ ତାରିଖରେ ଉର୍ବଶୀ ପୁଣି ଥରେ ଭାରତ-ପାକ୍‌ ମ୍ୟାଚ୍ ଦେଖିବାକୁ ଆସିଥିଲେ। ତେବେ ଏଥର ତାଙ୍କ ନଜର ପନ୍ତଙ୍କ ଉପରେ ନୁହେଁ ବରଂ ପାକିସ୍ତାନୀ କ୍ରିକେଟରଙ୍କ ଉପରେ ଥିଲା।


ଉର୍ବଶୀ ରୌତେଲା ଓ ଭାରତୀୟ କ୍ରିକେଟର ଋଷଭ୍ ପନ୍ତଙ୍କ ମଧ୍ୟରେ ମତଭେଦ ବିଷୟ ସମସ୍ତେ ଜାଣନ୍ତି। କିନ୍ତୁ ଲାଗୁଛି ଏହି ଲଢେଇ ମଧ୍ୟରେ ଉର୍ବଶୀ ପାକିସ୍ତାନୀ କ୍ରିକେଟର ନସୀମ ଶାହଙ୍କ ଆଡ଼କୁ ଢଳିଲେଣି। ସେଥିପାଇଁ ତ ମ୍ୟାଚ୍‌ ପରେ ଉର୍ବଶୀ ନସୀମଙ୍କ ଭିଡିଓ ନିଜ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ଶେୟାର କରିଥିଲେ। ଏହି ଭିଡିଓରେ ନସୀମ ମଇଦାନରେ ହସୁଥିବା ବେଳେ, ଏପଟେ ଉର୍ବଶୀ ତାଙ୍କୁ ଦେଖି ଲାଜେଇ ଯାଉଥିବା ଦେଖିବାକୁ ମିଳିଛି।

- Advertisement -


ଏହି ଭିଡିଓ ଉର୍ବଶୀ ରୌତେଲାଙ୍କ ଏକ ଫ୍ୟାନ୍‌ ପେଜ୍‌ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଉର୍ବଶୀ ଏହାକୁ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଶେୟାର କରିଥିଲେ। ଭିଡିଓ ସାମ୍ନାକୁ ଆସିବା ମାତ୍ରେ ସୋସିଆଲ ମିଡିଆରେ ଉର୍ବଶୀଙ୍କୁ ଅନେକ ସମାଲୋଚନା କରାଯିବା ସହ ଥଟ୍ଟା ପରିହାସ କରାଯାଇଛି। ଅପରପକ୍ଷେ ଋଷଭ ପନ୍ତଙ୍କ ପ୍ରଶଂସକମାନଙ୍କ ହୃଦୟ ଭାଙ୍ଗିଯାଇଛି।


ସୂଚନାଯୋଗ୍ୟ, ସେପ୍ଟେମ୍ବର ୪ରୁ ଏପର୍ଯ୍ୟନ୍ତ ଭାରତ ଓ ପାକିସ୍ତାନର ଶ୍ରୀଲଙ୍କା ଓ ଆଫଗାନିସ୍ତାନ ସହ ମୁକାବିଲା ହୋଇସାରିଛି। ଭାରତ ଶ୍ରୀଲଙ୍କାଠାରୁ ପରାସ୍ତ ହୋଇଥିବା ବେଳେ ସେପ୍ଟେମ୍ବର ୭ରେ ପାକିସ୍ତାନ ଆଫଗାନିସ୍ତାନକୁ ପରାସ୍ତ କରିଛି। ଏହାକୁ ନେଇ ମଧ୍ୟ ଉର୍ବଶୀ ରୌତେଲାଙ୍କ ଚର୍ଚ୍ଚା ହେଉଛି। କେତେକ ୟୁଜର୍ସ କହିଛନ୍ତି ଯେ, ଉର୍ବଶୀ ନସୀମଙ୍କ ପାଇଁ ଲକୀ ସାବ୍ୟସ୍ତ ହୋଇଛନ୍ତି। ଆଉ କେତେକ ୟୁଜର୍ସ ଉର୍ବଶୀ, ଋଷଭ ଓ ନସୀମଙ୍କ ନାଁ ଯୋଡ଼ି ତ୍ରିକୋଣୀୟ ପ୍ରେମ ବିଷୟରେ କହୁଛନ୍ତି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories