www.samajalive.in
Monday, December 8, 2025
20.1 C
Bhubaneswar

 ରୂପଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ଚୌଦ୍ୱାର: ଚୌଦ୍ୱାରର ରୂପଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ହୋଇଯାଇଛି । ତିନିକୋଣିଆ ସ୍ଥିତ ଯାତ୍ରା କମିଟି କାର୍ଯ୍ୟାଳୟରେ ଏହି ବୈଠକ କରାଯାଇଥିଲା । ଯାତ୍ରା କମିଟି ସଭାପତି ସୁବୋଧ ଚନ୍ଦ୍ର ନାୟକଙ୍କ ପୌରୋହିତ୍ୟରେ  ଆୟୋଜିତ ଏହି ବୈଠକରେ ଆସନ୍ତା କୁମାର ପୂର୍ଣ୍ଣିମା ଦିନ ଠାରୁ ଆରମ୍ଭ ହୋଇ ଦୀର୍ଘ ୫ଦିନ ଧରି ଏହା ଅନୁଷ୍ଠିତ ହେବ । ବୈଠକରେ ଏହି ପ୍ରସିଦ୍ଧ ଯାତ୍ରାକୁ ନେଇ ବିଭିନ୍ନ ଆୟୋଜନ ସମ୍ପର୍କରେ ଆଲୋଚନା କରାଯାଇଥିଲା ।

ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, ଯୋନ୍‌-୧ ଏସିପି ଅରୁଣ କୁମାର ସ୍ୱାଇଁ, ଆଇଆଇସି ବିରଞ୍ଚି ନାରାୟଣ ପତି ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ଚଳିତ ବର୍ଷ ରୂପଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିବା ଓ  ଯାତ୍ରାକୁ ନିଶାମୁକ୍ତ ରଖିବା ଦିଗରେ ପଦକ୍ଷେପ ନେବାକୁ ସମସ୍ତ ମେଢ଼ ମାଲିକ ମାନଙ୍କୁ ନିବେଦନ କରିଥିଲେ  । ଭସାଣ ଶୋଭାଯାତ୍ରାରେ ମେଢ଼ ମାନଙ୍କର ସ୍ଥିତି ପରଖିବା ପାଇଁ ପ୍ରତି ମେଢ଼ରେ ଜିପିଆରଏସ୍‌. ସିଷ୍ଟମ୍‌ ଲଗାଇବା ପାଇଁ ପୁଲିସ୍‌ ତରଫରୁ ମେଢ଼ ମାଲିକ ମାନଙ୍କୁ ଅନୁରୋଧ କରାଯାଇଥିଲା  ।

- Advertisement -

ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ପୂର୍ବତନ ନଗରପାଳ ପ୍ରେମଚାନ୍ଦ ନାୟକ, ନିର୍ବାହୀ ଅଧିକାରୀ ପବିତ୍ର କୁମାର ବେହେରା, ଇମ୍ଫା ଲୋକ ସମ୍ପର୍କ ମ୍ୟାନେଜର ଧ୍ରୁବ ଚରଣ ରାଉତ, ଜନସ୍ୱାସ୍ଥ୍ୟ, ବିଦ୍ୟୁତ୍‌, ଅଗ୍ନିଶମ ଆଦି ବିଭାଗର ପ୍ରତିନିଧି ମାନେ ଏହି ବୈଠକରେ ଯୋଗଦେଇ ଯାତ୍ରାକୁ ସୁନ୍ଦର କରିବା ଦିଗରେ ସମସ୍ତ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।  କମିଟି ସମ୍ପାଦକ ନାରାୟଣ ସ୍ୱାଇଁ ବିବରଣୀ ପ୍ରଦାନ କରିଥିଲେ  । ଯାତ୍ରା କମିଟିର ସମସ୍ତ ସଦସ୍ୟ ଓ  ୪୩ଟି ମେଢ଼ ପ୍ରତିନିଧି ଏଥିରେ ଯୋଗ ଦେଇଥିଲେ  ।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories