www.samajalive.in
Tuesday, December 9, 2025
16.1 C
Bhubaneswar

ପଛସିଟ୍ ଯାତ୍ରୀଙ୍କ ପାଇଁ ସିଟବେଲ୍ଟ ବାଧ୍ୟତାମୂଳ; ନିୟମ ଉଲ୍ଲଂଘନ କଲେ କଟିବ ଚାଲାଣ

ନୂଆଦିଲ୍ଲୀ: ଏଣିକି ସମସ୍ତ କାରର ପଛସିଟରେ ବସି ଯାତ୍ରା କରୁଥିବା ଲୋକମାନେ ସିଟବେଲ୍ଟ ବାନ୍ଧିବା ବାଧ୍ୟତାମୂଳକ ହୋଇଛି । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଏହା କହିଛନ୍ତି। ଖୁବ୍‍ଶୀଘ୍ର ଏ ସମ୍ପର୍କିତ ଆଦେଶ ଜାରି କରାଯିବ ବୋଲି ସେ କହିଛନ୍ତି । ଟାଟା ସନ୍ସ ଅଧ୍ୟକ୍ଷ ସାଇରସ୍‍ ମିସ୍ତ୍ରୀଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ପରେ ସରକାର ପଛସିଟ୍‍ରେ ବସି ଯାତ୍ରା କରୁଥିବା ଯାତ୍ରୀଙ୍କ ନିରାପତ୍ତା ପାଇଁ ଏଭଳି ବଡ ନିଷ୍ପତ୍ତି ନେଇଥିବା ନିତିନ କହିଛନ୍ତି ।

ଏମିତି ଆସେ ହାର୍ଟ ଆଟାକ୍; ଦେଖନ୍ତୁ ଲାଇଭ୍‌ ଭିଡିଓ

- Advertisement -

ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସେ କହିଛନ୍ତି ସାଇରସ୍‍ ମିସ୍ତ୍ରୀଙ୍କ ଦୁର୍ଘଟଣାଜନିତ ମୃତ୍ୟୁ ପରେ ବିଶାରଦ ଓ ସମାଲୋକମାନେ ଦେଶର ପରିବହନ ଓ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥାରେ ତ୍ରୁଟି ରହିଥିବା ସମ୍ପର୍କରେ ଅଙ୍ଗୁଳି ନିର୍ଦେଶ କରିଛନ୍ତି । ସୂଚନାଯୋଗ୍ୟ ଯେ ସାଇରସ୍‍ ମିସ୍ତ୍ରୀ ଯାତ୍ରା କରୁଥିବା କାରର ପଛସିଟରେ ବସିଥିବାବେଳେ ଦୁର୍ଘଟଣା ପରେ ଏୟାର ବ୍ୟାଗ୍‍ ଖୋଲିନଥିଲା । ଫଳରେ ମିସ୍ତ୍ରୀଙ୍କ ସହିତ ପଛସିଟ୍‍ରେ ବସିଥିବା ଅନ୍ୟ ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା।

 

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories