www.samajalive.in
Sunday, December 7, 2025
23.1 C
Bhubaneswar

ମଧ୍ୟପ୍ରଦେଶରେ କମୁଛି ମହିଳା ପ୍ରାର୍ଥୀଙ୍କ ସଂଖ୍ୟା

ଭୋପାଳ: ରାଜନୀତିରେ ମହିଳାଙ୍କ ଲାଗି ୩୩% ସ୍ଥାନ ସଂରକ୍ଷଣ ସପକ୍ଷରେ ସବୁ ରାଜନୈତିକ ଦଳ ଡିଣ୍ଡିମ ପିଟୁଛନ୍ତି। କିନ୍ତୁ ଏଥିରେ ସେମାନଙ୍କର ଆନ୍ତରିକତା କେତେ ତାହା ମଧ୍ୟପ୍ରଦେଶ ଗତ ଦୁଇ ଥର ବିଧାନସଭା ନିର୍ବାଚନର ପ୍ରାର୍ଥୀତ୍ୱ ତାଲିକାରୁ ଜଣାପଡ଼ିଛି।
ଗତ ଦୁଇ ବିଧାନସଭା ନିର୍ବାଚନକୁ ଅନୁଧ୍ୟାନ କଲେ କୌଣସି ରାଜନୈତିକ ଦଳର ମହିଳା ପ୍ରାର୍ଥୀ ସଂଖ୍ୟା ୧୦% ଟପି ନଥିବା ଜଣାପଡ଼ୁଛି। ମଧ୍ୟପ୍ରଦେଶରେ ୨୦୦୮ ବିଧାନସଭା ନିର୍ବାଚନରେ ବିଜେପି ମାତ୍ର ୨୫ ଜଣ ମହିଳାଙ୍କୁ ପ୍ରାର୍ଥୀ କରିଥିବା ବେଳେ ୨୦୧୩ରେ ଏହି ସଂଖ୍ୟାରେ ମାତ୍ର ୩ ବୃଦ୍ଧି ଘଟି ୨୮ରେ ପହଞ୍ଚିଥିଲା। ଅପରପକ୍ଷରେ କଂଗ୍ରେସ ପକ୍ଷରୁ ୩୭ ଜଣ ମହିଳା ନେତ୍ରୀଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ୨୦୧୮ରେ ମହିଳା ପ୍ରତିଦ୍ୱନ୍ଦ୍ୱୀଙ୍କ ସଂଖ୍ୟା ୨୩କୁ ହ୍ରାସ ପାଇଥିଲା। ଉଲ୍ଲେଖଯୋଗ୍ୟ ହେଲା ମହିଳା ନେତ୍ରୀ ମାୟାବତୀଙ୍କ ଦଳ ବିଏସ୍‍ପି ୨୦୦୮ରେ ୨୬ ମହିଳା ପ୍ରାର୍ଥୀଙ୍କୁ ଟିକେଟ୍‍ ଦେଇଥିବା ବେଳେ ୨୦୧୩ରେ ତାହା ୨୨କୁ ହ୍ରାସ ପାଇଥିଲା। ଅନ୍ୟାନ୍ୟ ଦଳର ୨୦୦୮ ଓ ୨୦୧୩ରେ ମହିଳା ପ୍ରାର୍ଥୀଙ୍କ ସଂଖ୍ୟା ଯଥାକ୍ରମେ ୬୭ ଓ ୭୪ ଥିଲା। ୨୦୦୮ରେ ୬୬ ଜଣ ସ୍ୱାଧୀନ ମହିଳା ପ୍ରାର୍ଥୀ ନିର୍ବାଚନରେ ଭାଗ ନେଇଥିବାବେଳେ ୨୦୧୩ରେ ସ୍ୱାଧୀନ ମହିଳା ପ୍ରାର୍ଥୀଙ୍କ ସଂଖ୍ୟା ୫୩କୁ ହ୍ରାସ ପାଇଥିଲା।
୨୦୦୮ରେ ସର୍ବମୋଟ ୨୨୧ ଜଣ ମହିଳା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୨୪ ଜଣ ଜିତିଥିଲେ। ବିଜୟ ହାର ଥିଲା ୧୦.୮୦%। ସେହିପରି ୨୦୧୩ରେ ମୋଟ ୨୦୦ ମହିଳା ପ୍ରାର୍ଥୀଙ୍କ ମଧ୍ୟରୁ ୩୦ ଜଣ ଜିତିଥିଲେ। ସଫଳତା ହାର ଥିଲା ୧୫%। ଅପରପକ୍ଷରେ ୨୦୦୮ ଓ ୨୦୧୩ରେ ପୁରୁଷ ପ୍ରାର୍ଥୀଙ୍କ ସଂଖ୍ୟା ଯଥାକ୍ରମେ ୨୯୫୮ ଓ ୨୫୮୩ ଥିଲା। ସଫଳତା ହାର ଥିଲା ଯଥାକ୍ରମେ ୬.୯୦%(୨୦୬) ଓ ୮.୩୦%(୨୦୦)। ପରିସଂଖ୍ୟାନରୁ ମହିଳା ପ୍ରାର୍ଥୀଙ୍କ ସଫଳତା ହାର ପୁରୁଷ ପ୍ରାର୍ଥୀଙ୍କ ତୁଳନାରେ ଅଧିକ ରହିଛି। ତଥାପି ରାଜନୈତିକ ଦଳମାନେ ମହିଳା ପ୍ରାର୍ଥୀଙ୍କ ଟିକେଟ୍‍ ସଂଖ୍ୟାରେ ବୃଦ୍ଧି ନ କରିବା ଆଶ୍ଚର୍ଯ୍ୟଜନକ ବୋଲି ରାଜନୈତିକ ବିଶେଷଜ୍ଞମାନେ କହିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories