www.samajalive.in
Monday, December 8, 2025
27.1 C
Bhubaneswar

ବଳାତ୍କାର ଅଭିଯୁକ୍ତ ବିଶପ୍‍ଙ୍କୁ ଜାମିନ୍‍

କୋଚି: କେରଳର ନନ୍‍ଙ୍କୁ ବଳାତ୍କାର ଅଭିଯୁକ୍ତ ଜଲନ୍ଧରର ବିଶପ୍‍ ଫ୍ରାଙ୍କୋ ମୁଲାକାଲ୍‍ଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି। ନନଙ୍କ ଅଭିଯୋଗ ଆଧାରରେ ତାଙ୍କୁ ତିନି ସପ୍ତାହ ପୂର୍ବେ ଗିରଫ କରାଯାଇଥିଲା।
ସୂଚନାଯୋଗ୍ୟ, ମୁଲାକାଲ୍‍ଙ୍କ ବିରୋଧରେ କେରଳର ଜନୈକା ନନ୍‍ ବଳାତ୍କାର ଓ ମାନସିକ ନିର୍ଯାତନା ଅଭିଯୋଗ ଆଣିଥିଲେ। ୨୦୧୪ ରୁ ୨୦୧୬ ମଧ୍ୟରେ ମୁଲାକାଲ୍‍ ତାଙ୍କୁ ୧୩ ଥର ବଳାତ୍କାର କରିଥିବା ଅଭିଯୋଗରେ ଉଲ୍ଲେଖ କରିଥିଲେ। ଏ ସମ୍ପର୍କରେ ସେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ନିରାଶ ହେବା ପରେ ଭାଟିକାନ୍‍ ସିଟିର ପୋପ୍‍ଙ୍କୁ ଚିଠି ଲେଖିଥିଲେ। ମୁଲାକାଲ୍‍ଙ୍କୁ ଗିରଫ ପାଇଁ ନନ୍‍ଙ୍କ ବନ୍ଧୁମାନେ ଆମରଣ ଅନଶନ ଆରମ୍ଭ କରିଥିଲେ। କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରାୟ ସବୁ ମହଲରୁ ଦାବି ହେବା ପରେ କେରଳ ପୁଲିସର ସ୍ୱତନ୍ତ୍ର ତଦନ୍ତକାରୀ ଦଳ ତାଙ୍କୁ ୩ ଦିନ ଅଟକ ରଖି ପଚରାଉଚୁରା କରିଥିଲା। ତା’ ପରେ ତାଙ୍କୁ ଗିରଫ କରାଯାଇଥିଲା। ଜାମିନ ଆବେଦନକୁ ତଳ କୋର୍ଟ ନାମଞ୍ଜୁର କରିବା ପରେ ମୁଲାକାଲ୍‍ କେରଳ ହାଇକୋର୍ଟରେ ଆବେଦନ କରିଥିଲେ। ହାଇକୋର୍ଟ ଆଜି ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ହାଇକୋର୍ଟଙ୍କ ସର୍ତ୍ତ ଅନୁଯାୟୀ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଚାର୍ଜସିିଟ୍‍ ଦାଖଲ କରିବା ପର୍ଯ୍ୟନ୍ତ ସେ ଜେଲ୍‍ ବାହାରେ ରହିପାରିବେ। ଏହି ସମୟ ମଧ୍ୟରେ ସେ କେରଳରେ ପ୍ରବେଶ କରିପାରିବେ ନାହିଁ। ତଦନ୍ତକାରୀ ଦଳର ସମନକ୍ରମେ ସେ କେବଳ ଜେରାର ସମ୍ମୁଖୀନ ହେବା ପାଇଁ କେରଳ ଯାଇପାରିବେ। ସେ ତାଙ୍କ ପାସ୍‍ପୋର୍ଟ ଦାଖଲ କରିବେ।
ଏହାପୂର୍ବରୁ ତାଙ୍କ ଜାମିନ୍‍ ଆବେଦନକୁ ହାଇକୋର୍ଟ ନାମଞ୍ଜୁର କରିଥିଲେ। ମୁଲାକାଲ୍‍ ଏକ ସମ୍ମାନଜନକ ଓ ମର୍ଯ୍ୟାଦାଜନକ ପଦରେ ଥିବାରୁ ତାଙ୍କୁ ବେଲ୍‍ ଦିଆଗଲେ ସେ ମାମଲାକୁ ପ୍ରଭାବିତ କରିବାର ଆଶଙ୍କା ରହିଛି ବୋଲି ପ୍ରତିପକ୍ଷ ଯୁକ୍ତି ଉପସ୍ଥାପନ କରିବା ପରେ ହାଇକୋର୍ଟ ତାଙ୍କ ଜାମିନ ଆବେଦନ ନାମଞ୍ଜୁର କରିଥିଲେ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories