www.samajalive.in
Sunday, December 7, 2025
13.1 C
Bhubaneswar

ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ଦ୍ଵାରା ପୂର୍ତ୍ତ ବିଭାଗର ୫ଟି ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ

ଯାଜପୁର : ଧର୍ମଶାଳା ନିର୍ବାଚନ ମଣ୍ଡଳୀର ୫ଗୋଟି ସ୍ଥାନରେ ପୂର୍ତ୍ତ ବିଭାଗ ତରଫରୁ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଥାନୁଆଳ, ତରଞ୍ଜିଆ ରୋଡକୁ ୧୨କୋଟି ୫୮ଲକ୍ଷ, କବାଟବନ୍ଧ-ରେଖିଦେଇପୁର ରୋଡକୁ ୪କୋଟି ୫୧ଲକ୍ଷ, କବାଟବନ୍ଧରୁ ମଞ୍ଜୁରୀପଡା ରୋଡକୁ ୩କୋଟି ୬୧ଲକ୍ଷ, ଶିଆଳିଆରୁ ଶ୍ରୀବନ୍ଦପୁର ରୋଡକୁ ୭କୋଟି ୨୬ ଲକ୍ଷ ଏବଂ ଶିଆଳିଆରୁ ଦୁର୍ଗାପୁର ରୋଡକୁ ୧୮କୋଟି ଦିଆଯାଇ ସର୍ବମୋଟ ୪୫କୋଟି ୯୬ ଲକ୍ଷ ବ୍ୟୟ ଅଟକଳରେ ଭିତ୍ତିପ୍ରସ୍ତର ସ୍ଥାପନ କରଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଓଡ଼ିଶା ସରକାରଙ୍କର ପୂର୍ତ୍ତ, ଇସ୍ପାତ ଓ ଖଣି ବିଭାଗର ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ୍, ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ କରକମଳରେ ଉକ୍ତ ରାସ୍ତାଗୁଡିକର ଉନ୍ନତିକରଣ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଧର୍ମଶାଳା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ, ରସୁଲପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଅରୁଣ କୁମାର ରାଉତ, ୧୧ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ସୁଧାଂଶୁ ଭୂଷଣ ସାହୁ, ୧୨ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ପ୍ରଣତୀ ଲେଙ୍କା, ୧୩ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ସ୍ମୃତିରେଖା ବେହେରା, ୧୪ନଂ ଜିଲ୍ଲା ପରିଷଦ ସଭ୍ୟ ଜଳଧର ମହାନ୍ତ, ଧର୍ମଶାଳା ପଞ୍ଚାୟତ ସମିତି ଉପାଧ୍ୟକ୍ଷା ବିଶ୍ୱବିଜୟିନୀ ମିଶ୍ର ଏବଂ ୩୪ନଂ ଜିଲ୍ଲା ପରିଷଦ ସଭ୍ୟା ମମତା ଖୁଣ୍ଟିଆ, ଯୋଗଦେଇଥିଲେ । ଉତ୍କଳ ଦାସ, ବିକାଶ ଦାସ, ଦୁଶାସନ ସାହୁ, ପ୍ରହଲ୍ଲାଦ ଲେଙ୍କା, ନିରଞ୍ଜନ ରାଉତ, କ୍ଷିତୀଶ ନାୟକ, ଜଗଦାନନ୍ଦ ରାଉତ, ନିର୍ମଳ ଚନ୍ଦ୍ର ପ୍ରଧାନ, ଜଳଧର ସାହୁ, ଅମରେନ୍ଦ୍ର ରାୟ, ସୌମ୍ୟପ୍ରକାଶ ବିଶ୍ୱାଳ ଏବଂ ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ/ସଭ୍ୟା ଓ ପୂର୍ତ୍ତ ବିଭାଗର ସମସ୍ତ କର୍ମଚାରୀମାନେ ଉପସ୍ଥିତି ରହି କାର୍ଯ୍ୟଗୁଡିକୁ ପରିଚାଳନା କରିଥିଲେ ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories