www.samajalive.in
Monday, December 8, 2025
20.1 C
Bhubaneswar

ମାଛ ଜାଲରେ ପଡିଲା ଅଜଗର

ପାତ୍ରପୁର: ପାତ୍ରପୁର ବ୍ଳକ ତୁରୁବୁଡି ପଂଚାୟତରେ ଥିବା ବାଘଲଟି ମଧ୍ୟମ ଜଳସେଚନ ପ୍ରକଳ୍ପ ଜଳଭଣ୍ଡାର ମଧ୍ୟରେ ମାଛ ଜାଲରେ ପଡିଥିବା ଏକ ଅଜଗରକୁ ଜଙ୍ଗଲବିଭାଗ ଉଦ୍ଧାର କରିଥିବା ଜଣା ପଡିଛି । ସବୁଦିନ ଭଳି ଆଜି ସକାଳେ ଜଳଭଣ୍ଡାର ମଧ୍ୟରେ ପକାଇ ଥିବା ଜାଲରୁ ମାଛ ସଂଗ୍ରହ କରିବା ପାଇଁ ଧୀବର ମାନେ ଡଙ୍ଗାରେ ଯାଇଥିଲେ। ଏହି ସମୟରେ ଜାଲ ଗୋଟାଉ ଥିବା ବେଳେ ଗୋଟିଏ ଜାଲରେ ଏକ ଅଜଗର ଛନ୍ଦି ହୋଇ ରହିଥିବା ଦେଖିବାକୁ ମିଳିଥିଲା। ଏହା ଦେଖି ଜାଲ ଗୋଟାଉ ଥିବା ବ୍ୟକ୍ତି ଜଣକ ନିକଟରେ ଜାଲ ଗୋଟାଉ ଥିବା ଧୀବର ମାନଙ୍କୁ ଡାକି ଯତ୍ନ ସହକାରେ ଜାଲଟିକୁ ଜଳଭଣ୍ଡାର ହିଡ଼କୁ ଆଣି ଥିଲେ। ଏହା ପରେ ତୁରୁବୁଡି ଜଙ୍ଗଲବିଭାଗକୁ ଖବର ଦେବା ପରେ କର୍ମଚାରୀ ମାନେ ପହଞ୍ଚି ଜାଲଟିକୁ କାଟି ସାପଟିକୁ ଉଦ୍ଧାର କରିବା ପରେ ନିକଟ ଜଙ୍ଗଲରେ ଛାଡି ଥିଲେ। ସାପତିର ଲମ୍ବ ଆଠ ଫୁଟରୁ ଅଧିକା ଥିବା ଜଣା ପଡିଛି। ଏହି ଉଦ୍ଧାର କାର୍ୟ୍ୟରେ ଫରେଷ୍ଟର କେ କବିତା ଗାର୍ଡ ଶରତ ପାଇକ, କୃଷ୍ଣଚନ୍ଦ୍ର କାର୍ଜି, ଚୈତନ୍ୟ ଯାନୀ ,ଘନଶ୍ୟାମ, ରୋହନ ପାତ୍ର,ପ୍ରମୁଖ କର୍ମଚାରୀମାନେ ସାମିଲ ଥିଲେ।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories