www.samajalive.in
Monday, December 8, 2025
20.1 C
Bhubaneswar

ଜାଣନ୍ତୁ କେଉଁ କାରଣରୁ ଲଫାପାରେ ୧୦୧,୫୦୧,୧୦୦୧ ଟଙ୍କା ଦିଆଯାଏ

ବିବାହ ଜନ୍ମଦିନ ଅନେକ ଶୁଭକାର୍ଯ୍ୟରେ ଟଙ୍କା ଦେବା ସମୟରେ ଲଫାପାରେ ୧୦୦,୫୦୦ କିମ୍ବା ୧୦୦୦ ଟଙ୍କା ନଦେଇ ୧୦୧,୫୦୧,୧୦୦୧ ଟଙ୍କା ଦେବା ଦେଖି ଥିବେ। ୧ଟଙ୍କା ମିଶାଇ ନଦେଲେ ଏହାକୁ ଅଶୁଭ କୁହାଯାଏ। ତେବେ ଜାଣନ୍ତୁ କେଉଁ କାରଣରୁ ଏଭଳି କରାଯାଏ..
ମାନ୍ୟତା ଅନୁଯାୟୀ, ଶୂନ ଅନ୍ତର ପ୍ରତୀକ। ମାତ୍ର ୧ ନୂଆ ଆରମ୍ଭର ପ୍ରତୀକ। ତେଣୁ ସେହି ଲଫାପାରେ ଟଙ୍କା ସହ ଥିବା ୧ ଟଙ୍କା ଜଣାଇଥାଏ, ଯେଉଁ ବ୍ୟକ୍ତିଙ୍କୁ ତାହା ପ୍ରଦାନ କରାଯାଇଛି ଏକ ନୂତନ ଜୀବନର ଆରମ୍ଭ ପାଇଁ। ସୁଖସମୃଦ୍ଧି ବୃଦ୍ଧି ପାଇଁ।
ସେହିପରି ଗଣନା ଦୃଷ୍ଟିରୁ ୧୦୦,୫୦୦ ଓ ୧ ହଜାର ବିଭାଜ୍ୟ। ମାତ୍ର ୧୦୧,୫୦୧ ଓ ୧୦୦୧ ଅବିଭାଜ୍ୟ। ଶୁଭ କାର୍ଯ୍ୟରେ ପ୍ରଦାନ କରାଯାଉଥିବା ଟଙ୍କା ଏକ ଆଶୀର୍ବାଦ। ତେଣୁ ସେହି ଆଶୀର୍ବାଦ ଓ ଶୁଭକାମନା ଅବିଭାଜ୍ୟ ହେବା ଉଚିତ।
ଟଙ୍କା ସହ ୧ଟଙ୍କା ଦେବା ଦ୍ୱାରା ଉଭୟ ଦେବା ଓ ନେବା ବ୍ୟକ୍ତିଙ୍କ ମଧ୍ୟରେ ସର୍ବଦା ଉତ୍ତମ ସମ୍ପର୍କ, ବୁଝାମଣା ବୃଦ୍ଧି ହୋଇଥାଏ।
ଏହି ଲଫାପା ପ୍ରସ୍ତୁତି କରିବା ସମୟରେ ୧ଟଙ୍କିଆ ରଖନ୍ତୁ। ଅଳ୍ପ ହଳଦୀ ଲଗାଇ ରଖନ୍ତୁ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories