ଆରମ୍ଭ ହେଲା ଗୁଗଲର ନୂଆ ସେବା
ନୂଆଦିଲ୍ଲୀ : ଇଣ୍ଟରନେଟ ସର୍ଚ୍ଚ ଇଞ୍ଜିନ ଗୁଗଲ ନିଜର ନୂଆ କ୍ଲାଉଡ ଷ୍ଟୋରେଜ ସେବା ଗୁଗଲ ୱାନ ଆରମ୍ଭ କରିଛି। ଇଣ୍ଟରନେଟ ଦୁନିଆରେ ସବୁଠାରୁ ବଡ ସର୍ଚ୍ଚ ଇଞ୍ଜିନ ଗୁଗଲ ଫଟୋ, ଜି-ମେଲ ଓ ଗୁଗଲ ଡ୍ରାଇଭରେ ୧୦୦ଜିବି ରୁ ୩୦ ଜିବି ପର୍ଯ୍ୟନ୍ତ ଷ୍ଟୋର ରହିପାରିବ। କମ୍ପାନୀର କହିବା ଅନୁସାରେ ଭାରତରେ ୧୦୦ ଜିବି, ୨ଟିବି, ୩୦ଟିବିର ପ୍ଲାନ ଉପଲବ୍ଧ ରହିବ। ପ୍ଲାନର ମୂଲ୍ୟ ୧୦୦ଜିବି ପାଇଁ ପ୍ରତି ମାସରେ ୧୩୦ଟଙ୍କା, ୨ଟିବି ପାଇଁ ପ୍ରତି ମାସରେ ୬୫୦ଟଙ୍କା, ୩୦ଟିବି ପାଇଁ ୧୯,୫୦୦ ଟଙ୍କା ଦେୟ ରହିଛି। ବ୍ୟବହାରକାରୀ ନିଜର ପ୍ଲାନ ଘରର ପାଞ୍ଚ ଜଣକ ସହ ବ୍ୟବହାର କରିପାରିବେ। ଏହା ଦ୍ୱାରା କର୍ପୋରେଟ ଆକାଉଣ୍ଟର କୌଣସି କ୍ଷତି ହେବ ନାହିଁ ବୋଲି ଗୁଗଲ କହିଛି। ଆମେରିକାରେ ଗୁଗଲ ଏହି ସେବା ଅଗଷ୍ଟରେ ହିଁ ଆରମ୍ଭ କରିସାରିଛି।