www.samajalive.in
Monday, December 8, 2025
17.1 C
Bhubaneswar

ନୂଆପଡା ରୋଡ଼ ଷ୍ଟେସନରେ ରହଣି କରିବ ତିନି ଯୋଡ଼ା ଟ୍ରେନ

ଡେସ୍କ: ଯାତ୍ରୀମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ନୂଆପଡା ରୋଡ ଷ୍ଟେସନ ଠାରେ ୩ ଯୋଡ଼ା ଟ୍ରେନକୁ ୬ ମାସ ପର୍ଯ୍ୟନ୍ତ ପରୀକ୍ଷାମୂଳକ ଭାବରେ ରହଣି କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସପ୍ତାହରେ ଚାରି ଦିନ ଚଳାଚଳ କରୁଥିବା ପୁରୀ-ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ, ଦୈନିକ ଚଳାଚଳ କରୁଥିବା କୋରବା-ବିଶାଖାପାଟନମ-କୋରବା ଏକ୍ସପ୍ରେସ ଏବଂ ଦ୍ବୀସାପ୍ତାହିକି ବିଳାସପୁର-ତିରୁପତି-ବିଳାସପୁର ଏକ୍ସପ୍ରେସ ଅଗଷ୍ଟ ମାସ ଶେଷ ସପ୍ତାହ ଠାରୁ ନୂଆପଡା ରୋଡ ଷ୍ଟେସନ ଠାରେ ରହଣି କରିବ।

ସୂଚନା ଅନୁଯାୟୀ, ପୁରୀରୁ ଅଗଷ୍ଟ ୨୪ ଠାରୁ ଛାଡିବାକୁ ଥିବା ୧୨୮୪୩/୧୨୮୪୪ ପୁରୀ-ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ ନୂଆପଡା ରୋଡ ଷ୍ଟେସନରେ ସକାଳ ୬.୨୮ ମିନିଟରେ ପହଞ୍ଚି ୬.୩୦ମିନିଟରେ ଅହମ୍ମଦାବାଦ ଅଭିମୁଖେ ଯାତ୍ରା କରିବ।ଅହମ୍ମଦାବାଦରୁ ଅଗଷ୍ଟ ୨୩ରୁ ଛାଡ଼ିବାକୁ ଥିବା ଏହି ଟ୍ରେନ୍ ନୂଆପଡା ରୋଡ ଷ୍ଟେସନରେ ସନ୍ଧ୍ୟା ୬.୫ ମିନିଟରେ ପହଞ୍ଚି ୬.୭ ମିନିଟରେ ପୁରୀ ଅଭିମୁଖେ ଯାତ୍ରା କରିବ।

- Advertisement -

ଅଗଷ୍ଟ ୨୩ରୁ ଉଭୟ ପାର୍ଶ୍ୱରୁ ଛାଡ଼ିବାକୁ ଥିବା ୧୮୫୧୭/୧୮୫୨୮ କୋରବା-ବିଶାଖାପାଟନମ୍-କୋରବା ଏକ୍ସପ୍ରେସ ନୂଆପଡା ରୋଡ ଷ୍ଟେସନ ଠାରେ ରହଣି କରିବ। କୋରବା ଠାରୁ ଛାଡୁଥିବା ଏହି ଟ୍ରେନ୍ ନୂଆପଡା ରୋଡ ଷ୍ଟେସନ ଠାରେ ରାତ୍ରି ୧୦.୧୩ ମିନିଟରେ ପହଞ୍ଚି ରାତ୍ରି ୧୦.୧୫ ମିନିଟରେ ବିଶାଖାପାଟନମ୍ ଅଭିମୁଖେ ଯାତ୍ରା କରିବ। ବିଶାଖାପାଟନମରୁ ଛାଡ଼ିବାକୁ ଥିବା ଏହି ଟ୍ରେନ୍ ନୂଆପଡା ରୋଡ ଷ୍ଟେସନ ଠାରେ ଭୋର ୪.୩ ମିନିଟରେ ପହଞ୍ଚି ଭୋର ୪.୩ ମିନିଟରେ କୋରବା ଅଭିମୁଖେ ଯାତ୍ରା କରିବ।

ସେହିଭଳି ଅଗଷ୍ଟ ୨୩ରୁ ବିଳାସପୁରରୁ ଛାଡ଼ିବାକୁ ଥିବା ୧୭୪୮୧/୧୭୪୮୨ ବିଳାସପୁର-ତିରୁପତି-ବିଳାସପୁର ଏକ୍ସପ୍ରେସ ନୂଆପଡା ରୋଡ ଷ୍ଟେସନ ଠାରେ ସନ୍ଧ୍ୟା ୭.୩୩ ମିନିଟରେ ପହଞ୍ଚି ସନ୍ଧ୍ୟା ୭.୩୫ ମିନିଟରେ ତିରୁପତି ଯାତ୍ରା କରିବ। ଅଗଷ୍ଟ ୨୬ରୁ ତିରୁପତିରୁ ଛାଡିବାକୁ ଥିବା ଏହି ଟ୍ରେନ୍ ନୂଆପଡା ରୋଡ ଷ୍ଟେସନ ଠାରେ ଅପରାହ୍ନ ୧୨.8 ମିନିଟରେ ପହଞ୍ଚି ଅପରାହ୍ନ ୧୨.୧୦ ମିନିଟରେ ବିଳାସପୁର ଅଭିମୁଖେ ଯାତ୍ରା କରିବ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories