www.samajalive.in
Monday, December 8, 2025
27.1 C
Bhubaneswar

ଖୁଣ୍ଟୁଲିପାଲି ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା

ରେଙ୍ଗାଲିକ୍ୟାମ୍ପ : ଶିଶୁ ମାନଙ୍କ ଭିତରେ ସୃଜନ ଶକ୍ତିର ବିକାଶ ସହିତ ନୂତନ ଜ୍ଞାନ କୌଶଳ ଦ୍ଵାରା ଉପସ୍ଥିତ ସମସ୍ୟା ଗୁଡ଼ିକର ସମାଧାନ କରିବାର ମହାନ୍ ଉଦ୍ଦେଶ୍ୟ ନେଇ ଖୁଣ୍ଟୁଲିପାଲି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଆଚାର୍ୟ୍ୟ ଶଙ୍କର୍ଷଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି ବିଜ୍ଞାନ ମେଳାଟି ଆୟୋଜିତ ହୋଇଥିବା ବେଳେ ଦୁଲମପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଞ୍ଜୀବ କୁମାର ଦାସ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ ।

ଏହି ମେଳାରେ ବାଲ ବର୍ଗରୁ ୩୮ ଟି ,ଶିଶୁ ବର୍ଗରୁ ୧୮ ଟି ମୋଟ ୫୬ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଏହା ବ୍ୟତୀତ ପ୍ରତିଭା ଉନ୍ନୟନ ମୂଳକ ଅନେକ ଗୁଡ଼ିଏ ପ୍ରତିଯୋଗିତା ମଧ୍ୟ ହୋଇଥିଲା । ସେଥି ମଧ୍ୟରୁ ବିଜ୍ଞାନ ପ୍ରୟୋଗରେ ୯ ଜଣ , ବିଜ୍ଞାନ ପ୍ରଶ୍ନ ବାଚକ୍ ରେ ୬ ଜଣ ,ବିଜ୍ଞାନ ପ୍ରଶ୍ନ ମଞ୍ଚରେ ୩୩ ଜଣ ,ଗଣିତ ପ୍ରଶ୍ନ ମଞ୍ଚରେ ୨୨ ଜଣ ,ସଂସ୍କୃତ ଜ୍ଞାନ ପ୍ରଶ୍ନ ମଞ୍ଚରେ ୧୪ ଜଣ ଶିଶୁ ଭାଗ ନେଇ ଥିଲେ । ଭୋଜରାଜ୍ ଦୁଆନ,ଅନିଶ ତ୍ରିପାଠୀ ,ତେକେଶ୍ୱର୍ ସାହୁଙ୍କ ସମେତ ୯ ଜଣ ବିଚାରକ ଦାୟିତ୍ୱରେ ରହି ପ୍ରକଳ୍ପ ଗୁଡ଼ିକର ମୂଲ୍ୟାଙ୍କନ କରିଥିଲେ । କ୍ରିଷ୍ଣା ରାଣୀ ମିଶ୍ର ,ଅଭିଲିପସା ଖମାରୀ , ଅନ୍ବେଶା ସାହୁ , ସୋହମ୍ ମିଶ୍ର , ଅର୍ପିତ ସୋନମ୍ ଡନଶନା,ଅର୍ପିତା ତ୍ରିପାଠୀ , ଶ୍ରେୟସ୍ ଦାଶ କୃତି ଛାତ୍ର ଛାତ୍ରୀ ଭାବରେ ନିମନ୍ତ୍ରିତ ଅତିଥି ମାନଙ୍କ ଠାରୁ ଟ୍ରଫି ସହ ମାନପତ୍ର ଗ୍ରହଣ କରିଥିଲେ । ଏହି ବିଜ୍ଞାନ ମେଳାର ଉଦଯାପନୀ ଉତ୍ସବରେ କାଦୋବାହାଲ ଜୁନିୟର ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ମାନଭଞ୍ଜନ ପୁରୋହିତ ନିମନ୍ତ୍ରିତ ଅତିଥି ରୂପେ ଯୋଗ ଦେଇଥିଲେ । ସ୍କୁଲ୍ ପରିଚାଳନା କମିଟିର ସଭାପତି ସଞ୍ଜୀବ କୁମାର ଦାସ ସଭା ପରିଚାଳନା କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା କମିଟିର ସଦସ୍ୟ ସଦସ୍ୟା ସହଯୋଗ କରିଥିଲେ ।

Hot this week

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

Related Articles

Popular Categories