ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପୁଣି କରୋନା ସଂକ୍ରମିତ ହୋଇଛନ୍ତି। ଏନେଇ ପାର୍ଟିର ମହାସଚିବ ଜୟରାମ ରମେଶ ଟ୍ୱିଟ କରି ସୂଚନା ଦେଇଛନ୍ତି। ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା କରୋନା ନିୟମକୁ ପାଳନ କରୁଛନ୍ତି। ସେ ସଙ୍ଗରୋଧରେ ରହିଛନ୍ତି।
ସୂଚନା ଯୋଗ୍ୟ, ଜୁନ ମାସରେ ମଧ୍ୟ ସୋନିଆ ଗାନ୍ଧୀ କରୋନା ସଂକ୍ରମିତ ହୋଇଥିଲେ। ଏହାପୂର୍ବରୁ ପ୍ରିୟଙ୍କା ଗାନ୍ଧୀ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି।
ପୁଣି କରୋନା କବଳରେ ସୋନିଆ ଗାନ୍ଧୀ
Popular Categories



