www.samajalive.in
Monday, December 8, 2025
27.1 C
Bhubaneswar

ଅଧିକ ଖାଇ ଦେଇଛନ୍ତି କି ? ଏହି ୩ଟି ଘରୋଇ ଉପାୟ ଆପଣାନ୍ତୁ

ଅଧିକାଂଶ ଲୋକେ ବିବାହ,ଭୋଜି ଓ ପର୍ବପର୍ବାଣି ସମୟରେ ଅଧିକ ଖାଦ୍ୟ ଖାଇଥାଆନ୍ତି। ସ୍ୱାଦିଷ୍ଟ ଲାଗିବାରୁ ଅନେକ ସମୟରେ ଆବଶ୍ୟକତାରୁ ଅଧିକ ମଧ୍ୟ ଖାଦ୍ୟ ଖାଇବା ଦେଖାଯାଇଥାଏ। ଫଳରେ ପେଟ ଅଧିକ ଭର୍ତ୍ତି ହୋଇଥିବା ଭଳି ମଧ୍ୟ ଅନୁଭବ ହୋଇଥାଏ। ଏହାଦ୍ୱାରା ବ୍ୟତିବ୍ୟସ୍ତ ଲାଗିଥାଏ। ତେବେ ଏଭଳି ସମସ୍ୟା ଥିଲେ,କିଛି ଘରୋଇ ଉପାୟ ଆପଣାନ୍ତୁ..
ପାନମଧୁରୀ ଓ ମିଶ୍ରି – ପାନମଧୁରୀ ଓ ମିଶ୍ରି ସେବନ ଦ୍ୱାରା ପେଟ ଆଉ ଭର୍ତ୍ତି ଥିବା ଭଳି ଅନୁଭବ ହୋଇନଥାଏ। ଏହାସହ ପାଟି ଦୁର୍ଗନ୍ଧ ଦୂର ହୋଇଥାଏ। ଖାଦ୍ୟ ହଜମ ହେବାରେ ସହାୟକ ହୋଇଥାଏ।
ଅଳସୀ ମଞ୍ଜି
କିଛି ଅଳସୀ ମଞ୍ଜିକୁ ପାଣିରେ ବତୁରାଇ ଦିଅନ୍ତୁ। ଏହି ପାଣିକୁ ରାତିରେ ଖାଦ୍ୟ ଖାଇବା ପରେ ଓ ସକାଳ ସମୟରେ ପିଅନ୍ତୁ। ଏହାଦ୍ୱାରା ପାଚନ ତନ୍ତ୍ର ସୁସ୍ଥ ହେବା ସହ ପେଟ ସଫା ମଧ୍ୟ ହୋଇଥାଏ।
ସବୁଜ ଗୁଜୁରାତି
ଖାଦ୍ୟ ଖାଇବାର ତୁରନ୍ତ ପରେ ପେଟ ଅଧିକ ଭର୍ତ୍ତି , ଫୁଲିବା ଓ ବ୍ୟସ୍ତ ଭଳି ଅନୁଭବ ହେଉଥିଲେ ସବୁଜ ଗୁଜୁରାତି ଖୁବ ଉପକାରୀ। ଖାଦ୍ୟ ଖାଇବା ପରେ ଗୋଟିଏ କିମ୍ବା ୨ଟି ଗୁଜୁରାତି ଚୋବାଇ ଖାଆନ୍ତୁ। ଏହା ପେଟର ଭର୍ତ୍ତି ହେବା ଭଳି ଅନୁଭବ ନ ହେବା ସହ ପାଟି ଦୁର୍ଗନ୍ଧ ମଧ୍ୟ ହୋଇନଥାଏ।

 

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories