www.samajalive.in
Thursday, December 11, 2025
26.1 C
Bhubaneswar

ବିଜେଡ଼ିର ନୂଆ ମୁଖପାତ୍ର ପ୍ୟାନେଲ, ବାଦ୍‌ ପଡ଼ିଲେ ଅମର

ଭୁବନେଶ୍ୱର : ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡ଼ି ସାଙ୍ଗଠିନକ ସ୍ତରରେ ଅଦଳବଦଳ କରି ମୁଖପାତ୍ର ପ୍ୟାନେଲ ପୁନର୍ଗଠନ କରିଛି। ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ୪ ଜଣ ସଦସ୍ୟଙ୍କୁ ନୂତନ ମୁଖପାତ୍ର ଭାବେ ନିଯୁକ୍ତ କରିଛନ୍ତି। ବିଧାୟକ ଅତନ୍ୟୁ ସବ୍ୟସାଚୀ ନାୟକ, ଦଳରେ ଯୋଗ ଦେଇଥିବା (ପିଏଜି) ଅମର ପଟ୍ଟନାୟକ, ପୁଷ୍ପେନ୍ଦ୍ର ସିଂହ ଦେଓ ଓ ଦେବାଶିଷ ମାରାଣ୍ଡିଙ୍କୁ ଦଳର ନୂତନ ମୁଖପାତ୍ର ଭାବେ ନିଯୁକ୍ତି ଦିଆଯାଇଛି।  ଅନ୍ୟପକ୍ଷରେ ଅମର ପ୍ରସାଦ ଶତପଥୀ ମୁଖପାତ୍ର ପଦରୁ ବାଦ ପଡ଼ିଛନ୍ତି ।

ଏହି ୪ ଜଣଙ୍କର ନୂତନ ନିଯୁକ୍ତି ପରେ ଏବେ ବିଜେଡ଼ିର ମୁଖପାତ୍ରଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି । ତେବେ ଏହି ତାଲିକାରେ ଅଛନ୍ତି ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ପ୍ରତାପ ଦେବ, ପ୍ରଶାନ୍ତ ନନ୍ଦ, ଦେବାଶିଷ ସାମନ୍ତରାୟ, ଡ. ଅରୁଣ ସାହୁ, ରବି ନାରାୟଣ ନନ୍ଦ, ସମୀର ଦାସ, ସସ୍ମିତ ପାତ୍ର, ସୁଲୋଚନା ଦାସ, ଅତନ୍ୟୁ ସବ୍ୟସାଚୀ ନାୟକ, ଅମର ପଟ୍ଟନାୟକ, ପୁଷ୍ପେନ୍ଦ୍ର ସିଂହ ଦେଓ ଓ ଦେବାଶିଷ ମାରାଣ୍ଡି । ପୂର୍ବରୁ ବିଜେଡ଼ିର ମୁଖପାତ୍ରଙ୍କ ସଂଖ୍ୟା ୧୦ ଥିଲା ।

- Advertisement -

 

Hot this week

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

Related Articles

Popular Categories