ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଗୋଟିଏ ସ୍କର୍ପିଓ ସହ ଲକ୍ଷାଧିକ ଟଙ୍କାର ଚୋରା ସାଇଜ କାଠ ଜବତ କରାଯାଇଛି। ବିଳମ୍ବିତ ରାତିରେ ଚୋରା କାଠ ଚାଲାଣ ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ ପାଟଣା ବନାଞ୍ଚଳ ଅଧିକାରୀ ଘାସିନାଥ ପାତ୍ର ସଦଳବଳେ ପିପିଳିଆ ନିକଟରେ ଗାଡ଼ି ଟିକୁ ଅଟକାଇ ଥିଲେ। ତେବେ ଗାଡି ଛାଡି କାଠ ମାଫିଆ ଓ ଡ଼୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଚୋରା କାଠ ବୋଝେଇ ଗାଡ଼ିଟିକୁ ବନ ବିଭାଗ ଜବତ କରିଥିଲା । ଜବତ ଗାଡ଼ିଟିକୁ ବନ ବିଭାଗ ପାଟଣା ବନ କାର୍ୟ୍ୟାଳୟକୁ ଆଣିଛି। ଜଵତ କାଠ ମଧ୍ୟରେ ୭୫ ପିସ୍ ସାଇଜର ରହିଛି। ଏହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ବନ ବିଭାଗ ସୂଚନା ଦେଇଛି ।
Popular Categories



